ମୁମ୍ୱାଇ: ସ୍ୱରର ରାଣୀ ଆଶା ଭୋସଲ । ଶେଷ ଯାତ୍ରାରେ ମେଲୋଡି କୁଇନ୍ । ଆଶା ତାଇଙ୍କ ବିୟୋଗରେ କାନ୍ଦୁଛି ସାରା ଭାରତ ବର୍ଷ । ସୋସିଆଲ ମିଡିଆରେ ଆଶା ଭୋଁସଲେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିବାରେ ଲାଗିଛି । ସେ ଆଉ ଆମ ସହିତ ନାହାଁନ୍ତି, କିନ୍ତୁ ତାଙ୍କ ଗୀତ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ହୃଦୟରେ ସର୍ବଦା ବଞ୍ଚି ରହିବେ। ତାଙ୍କର ଅନ୍ତିମ ସଂସ୍କାର ସୋମବାର, ଏପ୍ରିଲ ୧୩ ତାରିଖରେ ଅନୁଷ୍ଠିତ ହେବ ।

 

ଜନସାଧାରଣ ସକାଳ ୧୦:୩୦ ରୁ ଅପରାହ୍ନ ୨:୦୦ ଟା ପର୍ଯ୍ୟନ୍ତ କସା ଗ୍ରାଣ୍ଡେ ବିଲ୍ଡିଂରେରେ ମରଶରୀରକୁ ଦର୍ଶନ କରିପାରିବେ। ତା'ପରେ ତାଙ୍କର ଅନ୍ତିମ ସଂସ୍କାର ଅପରାହ୍ନ ୪:୦୦ ଟାରେ ଶିବାଜୀ ପାର୍କରେ କରାଯିବ।ଆଶା ଭୋଁସଲେଙ୍କ ଶେଷ ଦର୍ଶନ ପାଇଁ ସେଲିବ୍ରିଟିମାନେ ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରୁଛନ୍ତି । ତେବେ ଆଶାଙ୍କ ପରିବାର ଏବେ ଆଶାହୀନ ହୋଇପଡିଛନ୍ତି । ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ । ଗାୟିକାଙ୍କ ନାତୁଣୀ ଜେନାଇ ଭାବପ୍ରବଣ ହୋଇ ପଡ଼ିଛନ୍ତି । ତେବେ କେବଳ ପରିବାର ଲୋକ ନୁହଁନ୍ତି ବରଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବି ଏତେ ଭାଙ୍ଗି ପଡିଛନ୍ତି ଯେ, ତାଙ୍କ ଆଖିରେ ଦେଖିବାକୁ ମିଳିଥିଲା ଲୁହ ।

Also Read...Asha Bhosle Evergreen Songs: ଆଶାଙ୍କ ଗୀତ ବାରମ୍ବାର ଗୁଣଗୁଣେଇବାକୁ ଇଚ୍ଛା ହେଉଛି... ୟେ ଦିଲ୍ ଅଭି ଭରା ନେହିଁ...

କ୍ରିକେଟ ଅଫ ଗଡ଼ ସଚିନ ତେନ୍ଦୁଲକର ଓ ତାଙ୍କ ପତ୍ନୀ ଆଶା ଭୋଁସଲେଙ୍କୁ ଦେଇଛନ୍ତି ଅନ୍ତିମ ବିଦାୟ ।ଆଶା ଭୋଁସଲେଙ୍କ ଶେଷକୃତ୍ୟ ପାଇଁ ତାଙ୍କ ଘର କାସା ଗ୍ରାଣ୍ଡେରେ ପ୍ରସ୍ତୁତି ଚାଲିଛି । ଗାୟିକାଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନରେ ରଖାଯାଇଛି । ଯେଉଁଠାରେ ବନ୍ଧୁ ଏବଂ ପ୍ରଶଂସକମାନେ ଆଶାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିପାରିବେ ।

ସେପଟେ ଆଶା ଭୋଁସଲେଙ୍କ ପୁଅ ଆନନ୍ଦ, ପ୍ରଶଂସକମାନଙ୍କୁ ତାଙ୍କ ଘରକୁ ଆସି ତାଙ୍କୁ ଶେଷ ସମ୍ମାନ ଜଣାଇବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ୧୩ ଏପ୍ରିଲ୍ ସକାଳ ୧୦:୩୦ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ, ଲୋକମାନେ କାସା ଗ୍ରାଣ୍ଡେ କୋଠାକୁ ଆସିପାରିବେ । ଯେଉଁଠାରେ ମୋ ମାଆ ରହୁଥିଲେ, ତାଙ୍କର ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ । ସନ୍ଧ୍ୟା ୪ଟା ପରେ ଲୋକମାନେ ଶ୍ମଶାନକୁ ନ ଆସିଲେ ଭଲ ହେବ, କାରଣ ସେଠାରେ ବହୁତ ଭିଡ଼ ହେବାର ସମ୍ଭାବନା ଅଛି । ଆଶା ଭୋଁସଲେଙ୍କ ଶେଷକୃତ୍ୟ ଆଜି ସନ୍ଧ୍ୟାରେ ଶିବାଜୀ ପାର୍କରେ କରାଯିବ।