ନୂଆଦିଲ୍ଲୀ : ଅଫେରା ରାଇଜରେ ସ୍ୱରର ଯାଦୁଗରୀ। କିନ୍ତୁ ଛାଡ଼ିଗଲେ କେତେ ଯେ ଗୀତ... ଯାହା ଝୁମାଇବ, କନ୍ଦେଇବ, ଭାବନା ରାଇଜରେ ହଜେଇ ଦେବ। କୁହନ୍ତି କୁଆଡ଼େ ତାଙ୍କ ଗୀତ ମହୋଷଧୀ ସଦୃଷ। ତାଙ୍କ ଗୀତରେ ରହିଛି ସ୍ମୃତି ଓ ଅନୁଭୂତିକୁ ସାଉଁଟିବାର ଶକ୍ତି। କେତେ ଗୀତ ଅଛି ଯାହା କେବଳ ଶୁଣିଲେ ହୁଏତ ବୁଝି ହୁଏନି , ତାକୁ କେବଳ ଅନୁଭବ କରିହୁଏ।

ଅନେକ ଦୁଃଖ ଓ ସଂଘର୍ଷ। ସାମ୍ନା କରିଛନ୍ତି ଅନେକ ଚ୍ୟାଲେଞ୍ଜର । କିନ୍ତୁ ହାର୍ ମାନିବା ଯେମିତି ସେ ଶିଖି ନାହାନ୍ତି। ଅମୃତ ପରି ପିଇଛନ୍ତି ସଙ୍ଗୀତକୁ। ବାଣ୍ଟିଛନ୍ତି ସଙ୍ଗୀତର ମଧୁରତା। ତାଙ୍କ ଗୀତରେ ରହିଛି ପ୍ରେମ , ବିରହ, ଆନନ୍ଦ ଓ ଝୁମିବାର ଶକ୍ତି । ସିଧା କଥା କହିଲେ ଗୋଟିଏ ସ୍ୱର କିନ୍ତୁ ଯାଦୁଗରୀ ଅନେକ। ତାଙ୍କ ଗୀତ ଯେତେ ପୁରୁଣା, ଶ୍ରୁତି ମଧୁର ସେତେ। ଶାସ୍ତ୍ରୀୟ ସଙ୍ଗୀତଠାରୁ ଆରମ୍ଭ କରି ପପ୍, ଗଜଲ ଏବଂ ଲୋକଗୀତ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସଙ୍ଗୀତରେ ତାଙ୍କର ଦଖଲ। ଏବେ ତାଙ୍କୁ ହରାଇ କାନ୍ଦୁଛି ବଲିଉଡ୍ । ସଙ୍ଗୀତ ଜଗତରେ ଭିନ୍ନ ଏକ ନୀରବତା...ଏହି ନୀରବତା ଭିତରେ ମନେ ପଡ଼ି ଯାଉଛି ତାଙ୍କ ସେହି ସବୁ ଆଇକନିକ୍ ଗୀତ...

ପିୟା ତୁ ଅବ୍ ତୋ ଆଜା...

ଦମ୍ ମାରୋ ଦମ୍

ଚୁରା ଲିୟା ହୈ ତୁମନେ ଜୋ ଦିଲ୍ କୋ

ୟେ ମେରା ଦିଲ୍

ଦିଲ୍ ଚିଜ୍ କ୍ୟା ହୈ

ଓ ହସିନା ଜୁଲଫନ୍ ୱାଲି

ଆଓ ହୁଜୁର ତୁମକୋ

ଏବେ ତାଙ୍କ ଦେହାନ୍ତ ଆଶା ଯୁଗର ଅବସାନ ବୋଲି କହିପାରିବା । ତାଙ୍କ ଆବର୍ତ୍ତମାନରେ ମନେ ପଡୁଛି ସେହି ସବୁ ସଂଗୀତ ଯାହା ଜୀବନ୍ତ ହୋଇ ଉଠିଥିଲା ତାଙ୍କ କଣ୍ଠରେ। ଗାଇବାକୁ ଇଚ୍ଛା ହେଉଛି ସେହି ଗୀତ, କହିବାକୁ ଇଚ୍ଛା ହେଉଛି, ଅଭି ନା ଯାଓ ଛୋଡ୍ କର... ଏ ଦିଲ୍ ଅଭି ଭରା ନେହିଁ... ଗୀତରେ ଆଶାଙ୍କୁ ଶ୍ରଦ୍ଧାଞ୍ଜଳି...

Also Read- Asha Bhosle Unknown Facts : ପ୍ରେମ ପାଇଁ ଲତା ଦିଦିଙ୍କ ସହ ବିବାଦ... କେବେ ଭାବି ନଥିଲେ ଜୀବନରେ ଦେଖିବେ ଏମିତି ଦିନ