ମୁମ୍ବାଇ: ପଞ୍ଚଭୂତରେ ଲୀନ ହୋଇଛନ୍ତି ଆଶା ଭୋସଲେ। ମୁମ୍ବାଇର ଶିବାଜୀ ପାର୍କରେ ସୋମବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ରାଜକୀୟ ସମ୍ମାନ ସହ ଆଶା ଭୋସଲେଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ପୁଅ ଆନନ୍ଦ ଭୋସଲେ ଆଶାଙ୍କ ପାର୍ଥିବ ଶରୀରକୁ ମୁଖାଗ୍ନି ଦେଇଛନ୍ତି। ଆଶାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ସେଲିବ୍ରିଟି ଏବଂ ନେତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ରବିବାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା।

ସୂଚନାଥାଉକି, ଅସୁସ୍ଥତା ଯୋଗୁ ଆଶା ଭୋସଲେଙ୍କୁ ଏପ୍ରିଲ ୧୧ ତାରିଖ ଦିନ ମୁମ୍ବାଇର ବ୍ରିଚ କ୍ୟାଣ୍ଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଶାଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ ତାଙ୍କ ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରିଥିଲେ। ହେଲେ ଏପ୍ରିଲ ୧୨ରେ ଆଶା ଭୋସଲେଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିଲା। ତାଙ୍କ ପରଲୋକ ଖବର ସମଗ୍ର ଦେଶବାସୀଙ୍କୁ ମ୍ରିୟମାଣ କରିଥିଲା।

Also Read: ଅନ୍ତିମ ବିଦାୟରେ ବିକଳ ହୋଇ କାନ୍ଦିଲେ ନାତୁଣୀ, ସହିପାରିଲେନି ଭାରତୀୟ କ୍ରିକେଟର

ଶେଷ ଦର୍ଶନ ପାଇଁ ଭିଡ଼

ଏପ୍ରିଲ ୧୩ ସକାଳେ ଆଶା ଭୋସଲେଙ୍କ ପାର୍ଥିବ ଶରୀର ମୁମ୍ବାଇରେ କାସା ଗ୍ରାଣ୍ଡେ ସ୍ଥିତ ତାଙ୍କ ଘରେ ରଖାଯାଇଥିଲା। ଯେଉଁଠାରେ ତାଙ୍କ ପ୍ରଶଂସକମାନେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଥିଲେ। ରଣବୀର ସିଂହ, ସଚିନ ତେନ୍ଦୁଲକର, ମୋହମ୍ମଦ ସିରାଜ, ପାପୋନ ସମେତ ଅନେକ ସେଲିବ୍ରିଟି ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସେହିଭଳି ଶ୍ମଶାନରେ ଆଶା ଭୋସଲେଙ୍କୁ ଅନ୍ତିମ ଦର୍ଶନ ପାଇଁ ଆମିର ଖାନ ଏବଂ ଭିକି କୌଶଲ ପହଞ୍ଚିଥିଲେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ପହଞ୍ଚି ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ