ମୁମ୍ୱାଇ: ବିଶିଷ୍ଟ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ମୃତ୍ୟୁ ସମସ୍ତଙ୍କୁ ଦୁଃଖିତ କରିଛି । ଆଶା ତାଙ୍କ ସ୍ବରର ଯାଦୁରେ ସମସ୍ତଙ୍କୁ ବେଶ୍ ବାନ୍ଧି ପାରିଥିଲେ । ପ୍ରତିଟି ଭାରତୀୟଙ୍କ ମୁହଁରେ ତାଙ୍କ ଗୀତ ଥିବ । କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଆଶା ତାଇଙ୍କ କଣ ଥିଲା ଶେଷ ଇଚ୍ଛା? ପୋଷ୍ଟ ଭାଇରାଲ୍ ପରେ ଫ୍ୟାନ୍ସ ହେଉଛନ୍ତି ଇମୋସନାଲ । ସେ ଆଜି ନାହାଁନ୍ତି ସତ, କିନ୍ତୁ ତାଙ୍କ ଆବର୍ତ୍ତମାନନରେ ଦର୍ଶକ ଝୁରୁଛନ୍ତି ତାଙ୍କୁ ।

ସୁମଧୁର ଗୀତ ଗାଇ ଲୋକଙ୍କ ହୃଦୟକୁ କବଜା କରିଥିବା ଆଶା ଭୋଁସଲେ ଏବେ ଏହି ଦୁନିଆରୁ ଚାଲିଯାଇଛନ୍ତି । ଦଶନ୍ଧି ଧରି ସଙ୍ଗୀତ ଶିଳ୍ପରେ ସର୍ବୋଚ୍ଚ ରାଜତ୍ୱ କରିଥିଲେ । ତାଙ୍କର ଆତ୍ମାପୂର୍ଣ୍ଣ କଣ୍ଠ ସ୍ୱରରେ ସମସ୍ତଙ୍କ ହୃଦୟକୁ ଛୁଇଁଥିଲେ । ସାରା ବିଶ୍ୱର ଲୋକମାନେ ତାଙ୍କ ଗୀତ ଗାଇ ପ୍ରଶଂସା କରନ୍ତି ।

କଣ ଥିଲା ଆଶାଙ୍କ ଶେଷ ଇଚ୍ଛା?

ଆଶା ଭୋଁସଲେଙ୍କ ଦେହାନ୍ତ ପରେ, ତାଙ୍କର ଶେଷ ଇଚ୍ଛା ପ୍ରକାଶ କରିବାର ଏକ ପୁରୁଣା ଭିଡିଓ ଏବେ ଭାଇରାଲ ହେଉଛି । ପ୍ରାୟ ଗୋଟିଏ ବର୍ଷ ପୂର୍ବେ, ଆଶା ଭୋଁସଲେ ଅଭିନେତ୍ରୀ ଅମ୍ରିତା ରାଓ ଓ ଆରଜେ ଅନମୋଲଙ୍କ ଆୟୋଜିତ ଏକ ପଡକାଷ୍ଟରେ ଅତିଥି ଭାବରେ ଦେଖା ଦେଇଥିଲେ । ଭିଡିଓ ସମୟରେ, କିମ୍ବଦନ୍ତୀ ଗାୟିକା ଖୋଲି କହିଥିଲେ ତାଙ୍କ ମନର କଥା ।

 

ସେ କହିଥିଲେ ଯେ ସେ ତାଙ୍କର ଶେଷ ମୁହୂର୍ତ୍ତଗୁଡ଼ିକ ଗୀତ ଗାଇ ବିତାଇବାକୁ ଚାହାଁନ୍ତି । କାରଣ ସଙ୍ଗୀତ ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା।ଆଶା ଭୋଁସଲେ ଥରେ କହିଥିଲେ, "ମୋର ଇଚ୍ଛା ହେଉଛି ଗୀତ ଗାଇ ମରିବା । କାରଣ ମୋର ଶିଖିବା ପାଇଁ ଆଉ କିଛି ବାକି ନାହିଁ । ଗୀତ ଗାଇବା ହେଉଛି ମୋର ଜୀବନ। ମୁଁ ପିଲାଦିନରୁ ଗୀତ ଗାଇ ଆସିଛି।

Asha Tai: ମେଲୋଡି କୁଇନ୍‌ଙ୍କୁ ଶେଷ ଦର୍ଶନ କରୁଛନ୍ତି ସେଲିବ୍ରିଟି, 'ହାତ ଯୋଡିଲେ, କାନ୍ଦିଲେ କ୍ରିକେଟ ଅଫ୍ ଗଡ'

ମୁଁ ତିନି ବର୍ଷ ବୟସରେ ଶାସ୍ତ୍ରୀୟ ସଙ୍ଗୀତ ଗାଇବା ଆରମ୍ଭ କରିଥିଲି, ମୋ ବାପାଙ୍କ ଦ୍ୱାରା ଶିଖାଯାଇଥିଲା। ମୋର ସମଗ୍ର ଜୀବନ ଏଥିରେ ଉତ୍ସର୍ଗୀକୃତ ହୋଇଛି। ମୁଁ ୮୦-୮୨ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଛି । ବର୍ତ୍ତମାନ, ମୋର ଇଚ୍ଛା ହେଉଛି ଗୀତ ଗାଇ ମରିବା। ଯଦି ମୁଁ ଗୀତ ଗାଇ ଜାରି ରଖିପାରିବି ତେବେ ମୁଁ ସବୁଠାରୁ ଖୁସି ହେବି।

ପ୍ରଶଂସକ ଭାବପ୍ରବଣ:

ଆଶା ଭୋଁସଲେଙ୍କ ଏହି ପୁରୁଣା ଭିଡିଓ ଏବେ ଭାଇରାଲ ହେଉଛି। ଏହାକୁ ଦେଖିବା ପରେ ଅନେକ ପ୍ରଶଂସକ ଭାବପ୍ରବଣ ଦେଖାଯାଉଛି। ସେମାନେ ତାଙ୍କୁ ଲୁହଭରା ଆଖିରେ ମନେ ପକାୁଛନ୍ତି। ଆଶା ଭୋଁସଲେ ଆଉ ଆମ ସହିତ ନାହାଁନ୍ତି, କିନ୍ତୁ ତାଙ୍କ ଗୀତ ମାଧ୍ୟମରେ ସେ ସର୍ବଦା ତାଙ୍କ ପ୍ରଶଂସକଙ୍କ ହୃଦୟରେ ବଞ୍ଚି ରହିବେ। ତାଙ୍କର ପରଲୋକ ହିନ୍ଦୀ ସିନେମା ପାଇଁ ଏକ କଳା ଛାଇଠାରୁ କମ୍ ନୁହେଁ। କହିବାକୁ ଗଲେ ଆଶା ଭୋଁସଲେ ଏପ୍ରିଲ ୧୨ତାରିଖରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଥିଲା । ତାଙ୍କର ଶେଷକୃତ୍ୟ ଆଜି, ଏପ୍ରିଲ ୧୩, ଅପରାହ୍ନ ୪ ଟାରେ କରାଯିବ।