ମୁମ୍ୱାଇ: ସ୍ୱରର ରାଣୀ ଆଶା ଭୋସଲେଙ୍କୁ ଶେଷ ବିଦାୟ । ସଡକରୁ ଶ୍ମଶାନ ଲାଗିଥିଲା ଲୋକଙ୍କ ଗହଳି । ରାଜକୀୟ ମର୍ଯ୍ୟାଦାରେ ଶେଷକୃତ୍ୟ । ଶେଷ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଦେଶବାସୀ । ତେବେ ମୁମ୍ୱାଇରେ ଥିବା ଅଧିକାଂଶ ସେଲିବ୍ରିଟି ବି ଶେଷ ବିଦାୟ ଦେଇଛନ୍ତି । ଗାୟିକାଙ୍କ ପରିବାର ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କୁ ଅଶ୍ରୁଳ ବିଦାୟ ଦେଉଛନ୍ତି।

ଆଶା ଭୋଁସଲେଙ୍କ ମୃତ୍ୟୁରେ ସମସ୍ତେ ଦୁଃଖିତ ହୋଇଥିଲେ ମଧ୍ୟ, ତାଙ୍କ ନାତୁଣୀ ଜାନାଇ ଭୋଁସଲେ ସବୁଠୁ ବେଶି ଭାଙ୍ଗି ପଡିଛନ୍ତି । କାରଣ ଜାନାଇ ତାଙ୍କ ଜେଜେମା'ଙ୍କ ବହୁତ ନିକଟତର ଥିଲେ । ଆଶା ଭୋସଲେ ଏବଂ ଜାନାଇଙ୍କ ମଧ୍ୟରେ କେବଳ ଜେଜେମା-ନାତୁଣୀ ସମ୍ପର୍କ ନଥିଲା । ବରଂ ସୁଖ ଓ ଦୁଃଖର ଏକ ଘନିଷ୍ଠ ବନ୍ଧୁ ଓ ସାଥୀ ମଧ୍ୟ ଥିଲେ। ସେମାନଙ୍କୁ ପ୍ରାୟତଃ ଏକାଠି ଦେଖାଯାଉଥିଲା ।

Asha Tai: ମେଲୋଡି କୁଇନ୍‌ଙ୍କୁ ଶେଷ ଦର୍ଶନ କରୁଛନ୍ତି ସେଲିବ୍ରିଟି, 'ହାତ ଯୋଡିଲେ, କାନ୍ଦିଲେ କ୍ରିକେଟ ଅଫ୍ ଗଡ'

ଜାନାଇ ତାଙ୍କ ଜେଜେମା ଆଶା ଭୋଁସଲେଙ୍କୁ ଶେଷ ବିଦାୟ ଦେବା ବେଳେ ବେଶ୍ ଭାବୁକ ହୋଇପଡିଥିଲେ । ତେବେ ତାଙ୍କର ଏହି କଷ୍ଟ ଦେଖି ପାରିନଥିଲେ ତାଙ୍କର ତଥାକଥିତ ଭାଇ ତଥା କ୍ରିକେଟର ମହମ୍ମଦ ସିରାଜ । କାରଣ କ୍ରିକେଟର ମହମ୍ମଦ ସିରାଜ ଆଶାଙ୍କ ନାତୁଣୀ ଜାନାଇଙ୍କୁ ତାଙ୍କର ଭଉଣୀ ବୋଲି ସମ୍ୱାଧନ କରନ୍ତି । ସେଥିପାଇଁ ଜାନାଇଙ୍କୁ କାନ୍ଦୁଥିବାର ଦେଖି ଆଗେଇ ଆସିଥିଲେ , ଭଉଣୀଙ୍କୁ ବହୁତ ବୁଝେିଭା ସହ କୋଳେଇ ନେଇଥିଲେ । ସିରାଜ ଜାନାଇଙ୍କୁ ଆଲିଙ୍ଗନ କରି ଶାନ୍ତ କରିଥିଲେ।

​​​​​​​

ଏହି କଷ୍ଟକର ସମୟରେ ସିରାଜ ଆଶାଙ୍କ ପରିବାର ସହିତ ଠିଆ ହୋଇଥିଲେ। କହିବାକୁ ଗଲେ କ୍ରିକେଟର ସିରାଜ ଜାନାଇ ଭୋସଲେଙ୍କୁ ତାଙ୍କ ଭଉଣୀ ବୋଲି ମାନିଛନ୍ତି । ଏକ ପାର୍ଟିରେ ଦୁହିଁଙ୍କ ଫଟୋ ଭାଇରାଲ ହୋଇଥିଲା । ଯାହା ପରେ ସେମାନେ ଡେଟ୍ କରୁଥିବା ଗୁଜବ ଉଠିଥିଲା । ସିରାଜ ଓ ଜାନାଇ ଏକ ପୋଷ୍ଟ ସେୟାର କରି କହିଥିଲେ ଯେ ସେମାନେ ପରସ୍ପରକୁ ଭାଇ ଓ ଭଉଣୀ ବୋଲି ମାନିଛନ୍ତି।