ଭୁବନେଶ୍ୱର: ପଣ୍ଡାଳମ (ନୂଆସାହି ଗ୍ରାମସ୍ଥିତ ଶ୍ରୀଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠାନର ବାର୍ଷିକ ମହୋତ୍ସବ ନେଇ ପ୍ରସ୍ତୁତି ଆରମ୍ଭ। ଆଗାମୀ ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଏକାଦଶୀ ତିଥି ଅର୍ଥାତ ମେ ମାସ ୧୩ ତାରିଖ ବୁଧବାର ଦିନ ଶ୍ରୀଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠାନର ଚତୁର୍ଥ ବାର୍ଷିକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେବ।

ଏହି ଅବସରରେ ଦିନ ୧୧ ଘଟିକାରୁ ୧୨ ଘଟିକା ଶ୍ରୀଗୀତାଯଜ୍ଞ ଅନୁଷ୍ଠିତ ହେବ। ୧୨ଟାରୁ ୨ ଘଟିକା ଶ୍ରୀଭାଗବଦ୍ ଯଜ୍ଞ ଅନୁଷ୍ଠିତ ହେବ। ମଧ୍ୟାହ୍ନରେ ପ୍ରସାଦ ସେବନର ଆୟୋଜନ ହୋଇଛି। ସନ୍ଧ୍ୟା ୬.୩୦ରୁ ଭାଗବତ ସଭା ଓ କୀର୍ତ୍ତନ ଅନୁଷ୍ଠିତ ହେବ।

​​​​​​​

ଏହି ଅବସରରେ ବହୁ ସାଧୁସନ୍ଥ ଓ ଭକ୍ତଙ୍କ ସମାଗମ ହେବ। ମହାଯଜ୍ଞ ଓ ସାଧୁ ସମ୍ମିଳନୀ ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ। ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେବାକୁ ନୂଆସାହି ଗ୍ରାମବାସୀ ବୃନ୍ଦ ଓ ପରିଚାଳନା କମିଟି ସଭ୍ୟ ନିବେଦନ କରିଛନ୍ତି।