ଭୁବନେଶ୍ବର ୬।୧୧: ଦୀପାବଳି ସମେତ ଅନ୍ୟ ପର୍ବପର୍ବାଣୀରେ ଉପହାର କିଣା ଉପରେ କଟକଣା । ସରକାରୀ କାର୍ଯ୍ୟାଳୟ ଓ ରାଷ୍ଟ୍ରାୟତ୍ତ ସଂସ୍ଥା ପାଳିବେ ‘ନୋ ଗିଫ୍ଟ ପଲିସି’ । ଦୀପାବଳି ସମେତ ଅନ୍ୟ ପର୍ବପର୍ବାଣୀରେ ଉପହାର ଓ ଏ ସମ୍ପର୍କିତ ସାମଗ୍ରୀ କିଣାବାବଦକୁ କୌଣସି ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ ସରକାରୀ କାର୍ଯ୍ୟାଳୟ । ଏଥିପାଇଁ ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ‘ନୋ ଗିଫ୍ଟ ପଲିସି’ (ଉପହାର ବର୍ଜନ ନୀତି) ଲାଗୁ କରିଛନ୍ତି । ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ନଭେମ୍ବର ୫ ତାରିଖରେ ଏ ସଂକ୍ରାନ୍ତରେ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ଚିଠି ଲେଖିଛନ୍ତି । ଏହି ନିର୍ଦ୍ଦେଶ ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ସରକାରୀ ଉଦ୍ୟୋଗଗୁଡ଼ିକ ପାଇଁ ମଧ୍ୟ ଲାଗୁ ହେବ ।

​​​​​​​

Also Read:- ରାତିରେ ନାଟକ ଦେଖିବାକୁ ଯାଇଥିଲେ, ସକାଳୁ ମିଳିଲା ଯୁବକଙ୍କ ମୁଣ୍ଡବିହୀନ ମୃତଦେହ

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ୨୦୨୫ ସେପ୍ଟେମ୍ବର ୧୯ ତାରିଖରେ ଏକ କାର୍ଯ୍ୟାଳୟ ସ୍ମାରକପତ୍ର ଜରିଆରେ ପର୍ବପର୍ବାଣୀ ସମୟରେ ସରକାରୀ ଅର୍ଥରେ ଉପହାର କିଣା ଉପରେ ନିଷେଧାଦେଶ ଜାରି କରିଥିଲେ । ଏହାକୁ ଅନୁସରଣ କରି ରାଜ୍ୟ ସରକାର ଗତବର୍ଷ ମଧ୍ୟ ଏହି ନୀତି ଲାଗୁ କରିଥିଲେ । ଚଳିତ ବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ଉକ୍ତ ନିର୍ଦ୍ଦେଶନାମାକୁ ଅନୁପାଳନ କରିବା ସହ ଏଥିରେ କୌଣସି ପ୍ରକାର ବ୍ୟତିକ୍ରମ ନ କରିବାକୁ ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।