ମୁମ୍ଵାଇ ୦୫।୧୦; ‘ସ୍ତ୍ରୀ ୨’ରେ ଦର୍ଶକଙ୍କ ମନ ଜିତିବା ପରେ ଏବେ ପୁଣି ଏକ ଭିନ୍ନ ଅବତାରରେ ନଜର ଆସିବେ ଶ୍ରଦ୍ଧା କପୁର। ଫିଲ୍ମ ‘ଇଠା’ରେ ତାଙ୍କ ଲୁକ୍ ଏବଂ ଅଭିନୟକୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା ହେଉଛି। ସେଟ୍ରୁ ଲିକ୍ ହୋଇଥିବା ଭିଡିଓରେ ଲାଲ୍ ଶାଢ଼ୀ, ଖାଲି ପାଦ ଆଉ ଦମଦାର ଲାବନି ଡ୍ୟାନ୍ସରେ ନଜର ଆସୁଛନ୍ତି ଶ୍ରଦ୍ଧା। ତାଙ୍କ ଏହି ଲୁକ୍ ଦେଖି ପ୍ରଶଂସକଙ୍କ ଉତ୍ସାହ ଏବେ ଶୀର୍ଷରେ ଅଛି।

କହିବାକୁ ଗଲେ ‘ଇଠା’… ନାଁଟି ଏବେ ବଲିଉଡରେ ଚର୍ଚ୍ଚାରେ। ଏହି ଫିଲ୍ମରେ ଶ୍ରଦ୍ଧା କପୁରଙ୍କ ଚରିତ୍ରର ନାଁ ହେଉଛି ‘ଇଠାବାଇ’। ଆଉ ଏହି ଚରିତ୍ରକୁ ପରଦାରେ ଜୀବନ୍ତ କରିବା ପାଇଁ ଶ୍ରଦ୍ଧା ନେଇଛନ୍ତି ଏକ ସମ୍ପୂର୍ଣ୍ଣ ଭିନ୍ନ ରୂପ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା BTS ଭିଡିଓରେ ଲାଲ୍ ଶାଢ଼ୀରେ ଶ୍ରଦ୍ଧାଙ୍କୁ ଖାଲି ପାଦରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଦେଖିଲେ ଲାଗୁଛି, ଏହା ଏକ ଦମଦାର ଲାବନି ଡ୍ୟାନ୍ସର ସିନ୍ ।

ଆଉ ଏହି ସିନ୍କୁ ଆହୁରି ଖାସ୍ କରୁଛି ଶ୍ରେୟା ଘୋଷାଲଙ୍କ କଣ୍ଠସ୍ୱର। ସେଟ୍ରୁ ଲିକ୍ ହୋଇଥିବା ଏହି ଭିଡିଓରେ ଶ୍ରେୟାଙ୍କ ସ୍ୱର ଶୁଣିବାକୁ ମିଳୁଛି। ଶ୍ରଦ୍ଧାଙ୍କ ଲୁକ୍, ନୃତ୍ୟ ଏବଂ ଶ୍ରେୟା ଘୋଷାଲଙ୍କ ସ୍ୱର ଏହି ତିନିଟିର କମ୍ବିନେସନ୍ ଫିଲ୍ମର ପ୍ରଥମ ଗୀତକୁ ନେଇ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି। ସୋସିଆଲ୍ ମିଡିଆରେ ପ୍ରଶଂସକମାନେ ଏବେ ନିର୍ମାତାଙ୍କୁ ଏହି ଗୀତ ଶୀଘ୍ର ରିଲିଜ୍ କରିବାକୁ ଦାବି କରୁଛନ୍ତି। କହିବାକୁ ଗଲେ ପ୍ରଥମେ ଅଗଷ୍ଟ ୨୮ରେ ଫିଲ୍ମଟି ରିଲିଜ୍ ହେବାର ଥିଲା, କିନ୍ତୁ ପରେ ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏବେ ଫିଲ୍ମର ଅଫିସିଆଲ୍ ଗୀତ କେବେ ଆସିବ ଏବଂ ଶ୍ରଦ୍ଧାଙ୍କ ‘ବିଠାବାଇ’ ଅବତାର ପରଦାରେ କେତେ ଦମଦାର ହେବ। ସେଥିପାଇଁ ଦର୍ଶକଙ୍କ ଅପେକ୍ଷା ଆହୁରି ବଢ଼ିଯାଇଛି।