ମୁମ୍ବାଇ ୧୦।୦୯; ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର… ସୋସିଆଲ୍ ମିଡିଆରେ ଯାହାଙ୍କ ପ୍ରତିଟି ପୋଷ୍ଟକୁ ନଜରରେ ରଖନ୍ତି ଫ୍ୟାନ୍ସ। ଏବେ ଶ୍ରଦ୍ଧା ନେଇଛନ୍ତି କାମରୁ ଛୋଟ ବିରତି, ଆଉ ଉପଭୋଗ କରୁଛନ୍ତି ଛୁଟି। କିନ୍ତୁ ତାଙ୍କ ଏହି ହଲିଡେ ଫଟୋ ଏବେ ଖାଲି ଛୁଟି ପାଇଁ ନୁହେଁ, ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ଅଛି। କାରଣ ଫଟୋ ମଝିରେ ନଜର ଆସିଛି ରାହୁଲ ମୋଦିଙ୍କ ଝଲକ। ଆଉ ଏହି ଗୋଟିଏ ଝଲକ ପୁଣି ଥରେ ଉଠାଇଛି ଶ୍ରଦ୍ଧା ଓ ରାହୁଲଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ।

ଶ୍ରଦ୍ଧା ନିଜ ଇନଷ୍ଟାଗ୍ରାମରେ ଛୁଟିର ଅନେକ ସୁନ୍ଦର ମୁହୂର୍ତ୍ତ ସେୟାର କରିଛନ୍ତି। କେଉଁଠି ଖାଦ୍ୟର ମଜା, କେଉଁଠି ସପିଂ, ତ ଆଉ କେଉଁଠି ଛୁଟିର ଖୋଲା ମାହୋଲ୍ରେ ମସ୍ତି। କ୍ୟାପସନରେ ଶ୍ରଦ୍ଧା ଲେଖିଛନ୍ତି—‘ଛୋଟ ଛୁଟି ଯୋଗ୍ୟ, ନୁହେଁ କି ?’ ହେଲେ ଗୋଟିଏ ଫଟୋ ସମସ୍ତଙ୍କ ନଜର ଅଟକାଇ ଦେଇଛି। ଏକ ଲାଇବ୍ରେରୀ ଭିତରେ ପୁସ୍ତକ ପଢ଼ୁଥିବା ନଜର ଆସିଛନ୍ତି ରାହୁଲ ମୋଦି। ଏପରିକି ଛୁଟିର ଲୋକେସନ୍ ମଧ୍ୟ ପ୍ରକାଶ କରିନାହାନ୍ତି।

ଦୁହିଁଙ୍କୁ ନେଇ ଦୀର୍ଘଦିନ ହେଲା ବଲିଉଡ ଗୁଜବ ଜାରି ରହିଛି। କେବେ ଏକାଠି ଦେଖାଯିବା, ତ କେବେ ସୋସିଆଲ୍ ମିଡିଆରେ ପରୋକ୍ଷ ଇଙ୍ଗିତ…ଏସବୁକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ କମିନାହିଁ। ହେଲେ ଉଭୟଙ୍କ ପକ୍ଷରୁ ସମ୍ପର୍କକୁ ନେଇ ଏଯାଏଁ କୌଣସି ଅଫିସିଆଲ କନଫର୍ମମେସନ୍ ହୋଇନାହିଁ। ଏବେ ଛୁଟିର ଫଟୋରେ ରାହୁଲଙ୍କ ଝଲକ ଦେଖି ପ୍ରଶଂସକଙ୍କ ମନରେ ପୁଣି ସେହି ପୁରୁଣା ପ୍ରଶ୍ନ ଦୁହିଁଙ୍କ ମଧ୍ୟରେ ସତରେ କିଛି ଅଛି କି?