ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଆଗାମୀ ପରିସୀମନ ଅଭ୍ୟାସ (ଡିଲିମିଟେସନ ଏକ୍ସରସାଇଜ)ରେ ଲୋକସଭାକୁ ୮୨୪ରୁ ୮୫୦ ଆସନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ କଥିତ ପ୍ରସ୍ତାବର ସମାଲୋଚନା କରିଛନ୍ତି। ସେ ତର୍କ ଦେଇଛନ୍ତି ଯେ ଅତ୍ୟାଧିକ ବଡ଼ ସଂସଦ ବିଧାୟି ଯାଞ୍ଚକୁ ଦୁର୍ବଳ କରିବ, ସାଂସଦଙ୍କୁ ପଛକୁ ଠେଲିଦେଇ ଶାସନ ସନ୍ତୁଳନକୁ କାର୍ଯ୍ୟପାଳିକା ଆଡକୁ ଅଧି ନୁଆଁଇଦେବ। ‘ଇଣ୍ଡିଆନ ଏକ୍ସପ୍ରେସ୍’ରେ ଲେଖିଥିବା ଏକ ଆଲେଖ୍ୟରେ ସରକାର ଭାରତର ବଢୁଥିବା ଜନସଂଖ୍ୟା ଆଧାରରେ ଲୋକସଭାର ସିଟ୍ ସମ୍ପ୍ରସାରଣ କରିବାକୁ ଚାହୁଁଥିବା ଉଲ୍ଲେଖ କରିଛନ୍ତି।

ତେବେ ଥରୁର ଲେଖିଛନ୍ତି ଯେ ଲୋକସଭାକୁ ୮୫୦ ସିଟ୍ ର କରିବା ନିଷ୍ପତ୍ତିରେ ଭାରତ ଏକ ଅସାଧାରଣ ଓ ବିପଦଜନକ ରାସ୍ତାରେ ଚାଲିବା ଆରମ୍ଭ କରିଛି। ଏଥିରେ ଥରୁର ଡିଲିମିଟେସନର ରାଜନୈତିକ ଓ ସଂଘୀୟ ଉଦ୍ଦେଶ୍ୟକୁ ମଧ୍ୟ ଉଜାଗର କରିଛନ୍ତି। ସେ ଦୋହରାଇଛନ୍ତି ଯେ ଜନସଂଖ୍ୟାକୁ ସଫଳତାର ସହ ନିୟନ୍ତ୍ରିତ କରିବା ପାଇଁ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କୁ ଦଣ୍ଡିତ କରାଯାଇପାରେ। ଏହି ସମୟରେ ଉତ୍ତରଭାରତୀୟ ରାଜ୍ୟମାନଙ୍କୁ ପ୍ରତିନିଧିତ୍ୱରେ ଅସମାନ ବୃଦ୍ଧିର ଲାଭ ମିଳିପାରେ। ଅନ୍ୟ ଗଣତାନ୍ତ୍ରିକ ଦେଶଙ୍କ ସହ ତୁଳନା କରି ଥରୁର ଲେଖିଛନ୍ତି ଯେ ଜନସଂଖ୍ୟା ୩ ଗୁଣା ବଢିବା ସତ୍ତ୍ୱେ ଆମେରିକା ପ୍ରତିନିଧି ସଭାରେ ସଦସ୍ୟଙ୍କ ସଂଖ୍ୟା ୧୯୨୯ ମସିହାରୁ ୪୩୫ ମଧ୍ୟରେ ସୀମିତ ରହିଛି।

ଥରୁର ତର୍କ ଦେଇଛନ୍ତି ଯେ ସାଂସଦଙ୍କ ସଂଖ୍ୟା ଲଗାତାର ବଢାଇବା ବଦଳେ ପ୍ରତିନିଧି ମଜଭୁତ ସଂସ୍ଥାଗତ ସମର୍ଥନ, ଆଧୁନିକ ସଞ୍ଚାର ସାଧନ ଓ ସୁଦୃଢ କମିଟି ପ୍ରଣାଳୀ ମାଧ୍ୟମରେ ବଡ଼ ବଡ଼ ନିର୍ବାଚନମଣ୍ଡଳିରେ ପ୍ରଭାବୀ ଢଙ୍ଗରେ ସେବା ଦିଆଯାଇ ପାରିବ। ଥରୁରଙ୍କ ଅନୁସାରେ ଲୋକସଭାକୁ ୮୫୦ ସଦସ୍ୟଙ୍କ ପର୍ଯ୍ୟନ୍ତ ସମ୍ପ୍ରସାରଣ କଲେ ସାଂସଦଙ୍କ ନିମନ୍ତେ ପ୍ରଶ୍ନକାଳ, ବିଧାୟୀ ବିତର୍କ ଓ ଗୃହ କାର୍ଯ୍ୟକ୍ରମରେ ସଦସ୍ୟଙ୍କ ଅଂଶଗ୍ରହଣ କରିବାର ଅବସର ହ୍ରାସ ହେବ। ସେ ତର୍କ ଦେଇଛନ୍ତି ଯେ ସୀମିତ ସଂସଦୀୟ ସମୟକୁ ନଜରରେ ରଖି ସଦନରେ ଅନେକ ସାଂସଦଙ୍କ କୌଣସି ସାର୍ଥକ ଭୂମିକା ରହି ନପାରେ।

ସେହିପରି ସଂସ୍ଥାଗତ ପରିଣାମ ଚେତାବନୀ ଦେଇ ଥରୁର କହିଛନ୍ତି ଯେ ଲୋକସଭାକୁ ୮୫୦ ସଦସ୍ୟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଦ୍ୱାରା ଏକଏପରି ସଂସଦ ହେବ ଯେଉଁଠି ଶାସନ ମଞ୍ଚ ନୁହେଁ ବରଂ ସରକାରଙ୍କ ଲାଗି ଏକ ପ୍ରତିଧ୍ୱନୀ କକ୍ଷ ହେବ। ଏଣୁ ଥରୁର ଲୋକସଭା ସମ୍ପ୍ରସାରଣ ବଦଳେ ରାଜ୍ୟ ବିଧାନସଭା ଓ ସ୍ଥାନୀୟ ପାଳିକାକୁ ମଜଭୁତ କରିବା ପାଇଁ ଓକିଲାତି କରିଛନ୍ତି। ସେ ତର୍କ ଦେଇଛନ୍ତି ଯେ ସାଂସଦଙ୍କୁ ଜାତୀୟ ଆଇନ, ବିଦେଶ ନୀତି, ବ୍ୟାପକ ଆର୍ଥିକ ପ୍ରଶାସନ ଓ କେନ୍ଦ୍ର ସରକାରଙ୍କୁ ଉତ୍ତରଦାୟୀ କରିବା ପାଇଁ ଧ୍ୟାନ ଦିଆଯିବା ଉଚିତ। ସେହିପରି ସ୍ଥାନୀୟ ପ୍ରଶାସନ, ବିଧାୟକ, ନଗରପାଳିକା ଓ ପଞ୍ଚାୟତଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିବା ଉଚିତ।

ନିଜ ତର୍କର ସାରାଂଶରେ ଥରୁର ଲେଖିଛନ୍ତି ଯେ ‘ବାସ୍ତବ ପ୍ରତିନିଧିତ୍ୱ ବିତର୍କର ମାନ, ବିଧାୟୀ କମିଟିର ଗହନ ଯାଞ୍ଚ ଓ ସ୍ଥାନୀୟ ସ୍ତରରେ ସରକାର ସରକାରଙ୍କ ସଶକ୍ତିକରଣରେ ନିହିତ ରହିଛି ନା କି ଏହି ବିଶାଳକାୟ ସଦନ ନିର୍ମାଣରେ’ ଯାହାକୁ ସେ ଅବ୍ୟବସ୍ଥିତ ବୋଲି କହିଛନ୍ତି।