ମୁମ୍ବାଇ, ୧୯ /୦୩: ଭୁଶୁଡିଲା ସେୟାର ବଜାର । ତିନି ଦିନ ଧରି ଉପରକୁ ଉଠିବା ପରେ ଗୁରୁବାର ମାର୍କେଟରେ ବ୍ରେକ୍ ଲାଗିଛି । ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଏବେ ତୈଳ ସଙ୍କଟ ଦେଖାଗଲାଣି । ଗଲଫ ଦେଶର ବିଭିନ୍ନ ଗ୍ୟାସ ଏବଂ ତୈଳ ପ୍ଲାଣ୍ଟ୍ ଉପରେ ଆକ୍ରମଣ ପରେ ଏହାର ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡିଛି ।

ରିପୋର୍ଟ ଅନୁସାରେ, ଯୁଦ୍ଧ ପାଇଁ ହଠାତ ଅଶୋଦ୍ଧିତ ତୈଳ ଦର ବ୍ୟାରେଲ ପିଛା ୧୧୩ ଡଲାର ହୋଇଯାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଦ୍ଧିତ ତୈଳର ଦାମ୍ ଆଗକୁ ଆହୁରି ବଢିପାରେ । ତେବେ ଏହାର ସିଧାସଳଖ ଏସିଆରେ ଥିବା ବିଭିନ୍ନ ଦେଶର ସେୟାର ବଜାର ଉପରେ ପଡିଛି । ଏପରିକି ଭାରତୀୟ ସେୟାର ବଜାର ଖୋଲୁ ଖୋଲୁ କ୍ରାଶ୍ କରିଯାଇଛି ।

​​​​​​​Also Read :- Iran_War ବିଶ୍ୱର ସବୁଠୁ ବଡ ପ୍ରାକୃତିକ ଗ୍ୟାସ୍ ପ୍ଲାଣ୍ଟରେ ଆକ୍ରମଣ, ଇରାନର ମିସାଇଲ ମାଡ଼ରେ ଜଳିଗଲା 'ରାସ୍ ଲାଫାନ୍'

ବିଏସଇ ସେନସେକ୍ସ ବୁଧବାର ୭୬,୭୦୪ ଅଙ୍କରେ ବନ୍ଦ ହୋଇଥିଲା । ଗୁରୁବାର ଏହା୭୪୭୫୦ଅଙ୍କରେ ଖୋଲିଥିଲା । ଏହାର କିଛି ମିନିଟ୍ ପରେ ଏହା ୭୪,୬୮୫ ଅଙ୍କକୁ ଖସି ଆସିଥିଲା । ଏପରିକି ନିଫ୍ଟି ମଧ୍ୟ ଖସିଛି । ବୁଧବାର ନିଫ୍ଟି ୨୩,୭୭୭ରେ ବନ୍ଦ ହୋଇଥିଲା । ଗୁରୁବାର ଏହା ୨୩,୧୯୭ରେ ଖୋଲିଛି ।

ବିଦେଶୀ ବଜାରରେ ହାହାକାର

ଭାରତୀୟ ସେୟାର ବଜାର ଖସିବା ନେଇ ବିଦେଶରୁ ସଙ୍କେତ ମିଳି ସାରିଥିଲା । ଇରାନ କତାର ସ୍ଥିତ ସବୁଠୁ ବଡ ଏଲଏନଜି ପ୍ଲାଣ୍ଟକୁ ଟାର୍ଗେଟ୍ କରିବା ପରେ ଗଲଫ୍ ଦେଶରେ ଅଶୋଦ୍ଧିତ ତୈଳ ଦର ବୃଦ୍ଧି ପାଇଛି । ଭାରତ ସମେତ ଜାପାନ, ଦକ୍ଷିଣ କୋରିଆ ଭଳି ଦେଶରେ ବଜାର କ୍ରାଶ୍ କରିଯାଇଛି ।