ନୂଆଦିଲ୍ଲୀ, ୧୯ /୦୩:ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ଆମେରିକା ଏବଂ ଇରାନ ଯୁଦ୍ଧ । କେହି କାହାରିକୁ ଛାଡିବାକୁ ନାରାଜ୍ । ପରସ୍ପର ଉପରେ କରୁଛନ୍ତି ମିସାଇଲ୍ ଆଟାକ୍ । ଅନେକ ଗୁରତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଟାର୍ଗେଟ୍ କରୁଛନ୍ତି । ଏହା ମଧ୍ୟରେ ସାମ୍ନାକୁ ଆସିଛି ବଡ ଖବର । ବିଶ୍ୱର ସବୁଠୁ ବଡ ପ୍ରାକୃତିକ ଗ୍ୟାସ ପ୍ଲାଣ୍ଟକୁ ଇରାନ ଟାର୍ଗେଟ୍ କରିଛି । କତାରରେ ଥିବା ରାସ୍ ଲଫାନ୍ ଉପରେ ଇରାନ ଆକ୍ରମଣ କରିଛି ।

ରିପୋର୍ଟ ଅନୁସାରେ, କତାରରେ ଥିବା ରାସ୍ ଲଫାନ୍ ଉପରେ ଇରାନର ମିସାଇଲ ମାଡ ହୋଇଛି । ମିସାଇଲ୍ ମାଡ ପରେ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା । ଏହା ହୁତୁହୁତୁ ହୋଇ ଜଳିଥିଲା । କତାର ଏନର୍ଜି ପକ୍ଷରୁ ଏଠାରେ ଏବେ ଗ୍ୟାସ୍ ଉତ୍ପାଦନ ବନ୍ଦ ରହିଛି । ଯାହା ଭାରତ ସମେତ ବିଶ୍ୱର ଅନେକ ଦେଶରେ ଶକ୍ତି ସଙ୍କଟ ସୃଷ୍ଟି କରିପାରେ । ଇସ୍ରାଏଲ ଦ୍ୱାରା ଇରାନର ପାର୍ସ୍ ଗ୍ୟାସ୍ ଫିଲ୍ଡରେ ହୋଇଥିବା ଆକ୍ରମଣର ଇରାନ ପ୍ରତିଶୋଧ ନେଇଥିବା କୁହାଯାଉଛି ।

ଇରାନ ଦେଇଥିଲା ଟାର୍ଗେଟ୍

ଇରାନର ଗ୍ୟାସ୍ ଫିଲ୍ଡ ଉପରେ ଇସ୍ରାଏଲର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟର ସମସ୍ତ ଦେଶକୁ ତେହେରାନ ଧମକ ଦେଇଥିଲା । ସାଉଦି, ୟୁଏଇ, କତାର ଭଳି ଦେଶକୁ ଧମକ ଦିଆଯାଇଥିଲା । କିଛି ଘଣ୍ଟାରେ ଏସବୁ ଦେଶର ଗ୍ୟାସ୍ ଫିଲ୍ଡକୁ ଟାର୍ଗେଟ୍ କରାଯିବ ବୋଲି ଇରାନ କହିଥିଲା ।

କତାରରେ କ୍ଷୟକ୍ଷତି

କତାର ସରକାର କହିଛନ୍ତି ଯେ, ମିସାଇଲ୍ ଆକ୍ରମଣ ପରେ ରାସ୍ ଲଫାନ୍ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା । ଆଉ କିଛି ମିସାଇଲ ମାଡ ହେବା ଆଗରୁ ଏହାକୁ ଇଣ୍ଟରସେପ୍ଟ୍ କରାଯାଇଥିଲା । ଆହୁରି ବଡ ଆକ୍ରମଣ ହୋଇଥାନ୍ତା । କିନ୍ତୁ ଏହାକୁ ଟାଳି ଦିଆଯାଇଛି । ଆକ୍ରମଣରେ କେହି କର୍ମଚଚାରୀ ପ୍ରାଣ ହରାଇ ନାହାଁନ୍ତି । କିନ୍ତୁ ଏବେ ଏଠାରେ ଉତ୍ପାଦନ ବନ୍ଦ କରାଯାଇଛି ।

Also Read :-ଇରାନରେ ପଶିବେ ଆମେରିକା ସେନା...ଟ୍ରମ୍ପ କରୁଛନ୍ତି ବଡ ଯୋଜନା : ଟାର୍ଗେଟରେ ଖାର୍ଗ ଦ୍ୱୀପ

ନିନ୍ଦା କଲେ କତାର ସରକାର

ଇରାନର ଏପରି ଆକ୍ରମଣକୁ କତାର ସରକାର ନିନ୍ଦା କରିଛନ୍ତି । ଏହାକୁ ସେଠାକାର ସରକାର କ୍ରୁରତା କହିଛନ୍ତି । କତାର ସର୍ବଦା ସଂଯମ ରକ୍ଷା କରେ । କିନ୍ତୁ ଇରାନର ଏପରି କାମ ସାରା ଅଞ୍ଚଳକୁ ଏକ ଭୟଙ୍କର ଗ୍ୟାସ୍ ସଙ୍କଟ ଆଡକୁ ଟାଣି ନେଉଥିବା କତାର କହିଛି ।