ନୟାଗଡ଼: ଶରଣକୂଳ ଥାନା ଅଧିକାରୀଙ୍କ ବିରୁଦ୍ଧରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ କଡ଼ା ଆକ୍ସନ। ନିଲମ୍ବିତ ହେଲେ ଶରଣକୂଳର ପୂର୍ବତନ ଥାନାଅଧିକାରୀ ନିଲମ୍ବିତ । ସୋମବାର ତାଙ୍କୁ ନିଲମ୍ବନ କରିଛନ୍ତି ଡିଜିପି ।

ସୂଚନାଥାଉକି, ପୂର୍ବତନ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଆସିଥିଲା ସଂଗିନ୍ ଅଭିଯୋଗ । ଭିଡିଓ କଲ୍ କରି ଫେବର୍ ମାଗିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ଜଣେ ମହିଳା। ଏହା ପରେ ଥାନା ଅଧିକାରୀଙ୍କର ମହିଳାଙ୍କ ସହ ହ୍ବାଟସଅପ୍ କଲର ସ୍କ୍ରିନ୍ ସଟ୍ ମଧ୍ୟ ଭାଇରାଲ୍ ହୋଇଥିଲା । ମହିଳାଜଣଙ୍କ ଏନେଇ ନୟାଗଡ଼ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ସହ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିଲେ ।

ମହିଳାଙ୍କ ଅଭିଯୋଗ ଅନୁସାରେ, ଶରଣକୂଳ ଥାନା ଜାମୁସାହି ଗ୍ରାମରେ ଥିବା ମହିଳାଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଜମି ବାଡ଼ି ବିବାଦକୁ ନେଇ କିଛିଦିନ ତଳେ ଗଣ୍ଡଗୋଳ ହୋଇଥିଲା । ଏନେଇ ପୀଡ଼ିତା ଜଣଙ୍କ ଶରଣକୂଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ସମୟ ଗଡ଼ିଯାଇଥିଲେ ବି ନ୍ୟାୟ ପାଇନଥିଲେ ପୀଡ଼ିତା। ବାରମ୍ବାର ଶରଣକୂଳ ଥାନାକୁ ଦୌଡିବା ପରେ ଥାନା ଅଧିକାରୀ ସୁଜିତ କୁମାର ଦାଶ ତାଙ୍କ ଫୋନ ନମ୍ବର ନେବା ସହିତ ନ୍ୟାୟ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ।

Also Read: ମନ୍ଦିର ପରିସରରେ ଚାଲିଛି କ’ଣ ? ପ୍ରେମୀ ଯୁଗଳଙ୍କ ପ୍ରେମ ନିଶା ଭିଡିଓ ଭାଇରାଲ୍

କିନ୍ତୁ କିଛି ଦିନ ପରେ ନ୍ୟାୟ କଣ ଦେବେ ଫୋନ କରି ପ୍ରେମ ନିବେଦନ କରିଥିଲେ । ମହିଳାଙ୍କୁ କ୍ୱାର୍ଟରକୁ ଡାକି ତାଙ୍କ ଅନିଚ୍ଛା ସତ୍ତ୍ବେ ଜୋର ଜବରଦସ୍ତ କରି ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ । ଏପରିକି ଥାନାଅଧିକାରୀ ମିଛ କେଶରେ ମହିଳାଜଣଙ୍କୁ ଜେଲକୁ ପଠାଇଦେଇଥିଲେ । ବେଲ୍ରେ ଆସିବାପରେ ମହିଳା ଜଣଙ୍କ ନୟାଗଡ଼ ଏସ୍ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ।

ମହିଳାଙ୍କ ଅଭିଯୋଗ ପରେ ଘଟଣାର CAW & CW ତଦନ୍ତ ପାଇଁ ଡିଜିପି ଅଫିସରୁ ନିର୍ଦ୍ଦେଶ ଆସିଥିଲା । ଏହାସହିତ ସୁଜିତଙ୍କୁ ତୁରନ୍ତ ଶରଣକୂଳରୁ ନୟାଗଡ ହେଡକ୍ବାର୍ଟରକୁ ବଦଳି କରାଯାଇଥିଲା । କ୍ରାଇମବ୍ରାଞ୍ଚ ଟିମ୍ ଘଟଣାର ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦେବା ପରେ ସୁଜିତଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ଟିମ୍ ସୁଜିତଙ୍କ ଶରଣକୂଳ ଭଡା ଘର ସିଲ୍ କରିବା ସହ ତଦନ୍ତ ଜାରି ରଖିଛି ।