ସମ୍ବଲପୁର ୨୨।୬: ମନ୍ଦିର ପରିସରରେ ପ୍ରେମୀ ଯୁଗଳଙ୍କ ପ୍ରେମ ନିଶା । ଭୁଲିଗଲେ ସବୁ ସୀମା ସରହଦ । କିଛି ଦିନ ତଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମନ୍ଦିର ପରିସରରେ ଥିବା ପ୍ରକଳ୍ପ ଅଞ୍ଚଳରେ ବସି ପ୍ରେମୀ ଯୁଗଳ ଅଶ୍ଲୀଳ ଆଚରଣ କରୁଥିବା ଭିଡିଓ ସାମ୍ନାକୁ ଆସିଛି

ପ୍ରେମୀଯୁଗଳଙ୍କ ଏଭଳି ଆଚରଣ ଦୀର୍ଘ ସମୟ ଧରି ଚାଲିଥିଲା । ଏ ଦୃଶ୍ୟ ସମ୍ବଲପୁର ସମଲେଇ ମନ୍ଦିରର ବୋଲି ଜଣାପଡିଛି । ତେବେ ପ୍ରଶ୍ନ ଉଠୁଛି ଏତେ ସୁରକ୍ଷାକର୍ମୀ ଓ ସିସିଟିଭି କେଉଁ କାମକୁ ? ମନ୍ଦିର ପରି ପବିତ୍ର ସ୍ଥାନରେ ଅଶ୍ଲୀଳ ଆଚରଣ ପାଇଁ ପ୍ରେମୀ ଯୁଗଳ ସାହସ କଲେ କେମିତି ? ଏହିସବୁ କାଣ୍ଡ କରିବା ପୂର୍ବରୁ ସେଠାରେ ତାଙ୍କୁ କାହିଁକି କେହି ବାରଣ କଲେ ନାହିଁ ?

Also Read:- ଆସୁଛି ଦୁଇଟି ଲଘୁଚାପ, ଦକ୍ଷିଣ ଏବଂ ଉପକୂଳରେ ପ୍ରବଳ ଛେଚିବ

ପୂର୍ବରୁ ମନ୍ଦିର ଭୋଗ ଘର ନିକଟରେ ମଦ ମାଂସର ଆସର ହୋଇଥିଲା । ଏବେ ରାସଲୀଳା । ଯାହା ମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି ।