ରାୟଗଡ଼ା ୦୭।୦୯ : ପୁଣି ସାମ୍ନାକୁ ଆସିଲା ବିଦ୍ୟାଳୟ ଛାତ୍ରାବାସରେ ଛାତ୍ର ନିର୍ଯାତନା ଘଟଣା। ରାୟଗଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ, ଛାତ୍ରାବାସରେ ରହୁଥିବା ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ ଦଶମ ଶ୍ରେଣୀର ଜଣେ ଛାତ୍ର ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରକୁ ମାଡ ମାରିବା ସହ ଲୁଗା ସଫା କରିବା, ବାସନ ମଜାଇବା କାମରେ ଲଗାଇବା ଗୁରୁତର ଅଭିଯୋଗ ହୋଇଛି। ଜୁନିୟର ଛାତ୍ରର ବାମ ହାତରେ ଆଘାତ ଲାଗିଥିବା ଜଣାପଡିଛି। ଏହି ଘଟଣାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚାପିଦେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକ ନିର୍ଯାତନାର ଶିକାର ହୋଇଥିବା ଛାତ୍ରର ପରିବାରକୁ ଜଣାଇଛନ୍ତି। ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ପ୍ରଶାସନ ପାଖରେ ମଧ୍ୟ ଖବର ନାହଁ ।

Also Read:-ଶ୍ରୀମନ୍ଦିରରେ ଶମ୍ଭୁ ଏକାଦଶୀ, କୁଣ୍ଢେଇବେଣ୍ଟ ସାହିରୁ ବାହାରିବ ଧେନୁକାସୁର

​​​​​​​