ପୁରୀ ୦୭।୦୯: ଭାଦ୍ରବ କୃଷ୍ଣ ଏକାଦଶୀ ସୋମବାର ଶ୍ରୀମନ୍ଦିରରେ ପାଳନ ହେବ ଶମ୍ଭୁ ଏକାଦଶୀର ସ୍ବତନ୍ତ୍ର ନୀତି। ଏଥିସହ ଶ୍ରୀକୃଷ୍ଣ ଲୀଳା ଅବସରରେ କାଳୀୟଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ ।

ମହାପ୍ରଭୁ କାଳୀୟଦଳନ ବେଶରେ ଉଭା ହେବେ। ସାତ ଫଣା ଥାଇ କାଳୀୟନାଗ ଉପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ନୃତ୍ୟ କରୁଥିବା ଭଙ୍ଗିରେ ଭକ୍ତଙ୍କୁ ଦର୍ଶନ ଦେବେ। କାଳୀୟ ନାଗ ଠାକୁରଙ୍କ ଶ୍ରୀଅଙ୍ଗକୁ ଆବୃତ କରିଥିବ। ଏଥିସହ ଆଦ୍ୟ ତୀର୍ଥ ମାର୍କଣ୍ଡ ପୁଷ୍କରିଣୀ ପରିସରରେ କାଳୀୟ ଦଳନ ନୀତି ହେବ। ଏହି ଅବସରରେ ଧେନୁକାସୁର ବଧ ପ୍ରସ୍ତାବ ଆଗତ ହେବ। କୁଣ୍ଢେଇବେଣ୍ଟ ସାହିର ବାସିନ୍ଦାମାନେ ଠାକୁରଙ୍କ ଲୀଳାରେ ଅଂଶଗ୍ରହଣ କରିବେ। ପଥର ଆଖଡ଼ାରୁ ପୌରାଣିକ ଚଳଚ୍ଚିତ୍ର ବାହାରି ପ୍ରଥମେ ମରଚୀ ଠାକୁରାଣୀଙ୍କୁ ଦର୍ଶନ କରିବେ। ଏହାପରେ ସାହି ପରିକ୍ରମା କରି ଶ୍ରୀମନ୍ଦିରକୁ ଯାଇ ଠାକୁରଙ୍କ ନୀତି କରିବେ ।

Also Read:-ରନ୍ ଓ୍ୱେ ଡେଇଁ ମାଡ଼ିଗଲା ବିମାନ ! ଜୋର ଶବ୍ଦ କରି ବିସ୍ଫୋରଣ, ୫ ମୃତ