ଭୁବନେଶ୍ୱର ୩୧।୦୮ : ବରିଷ୍ଠ ଆଇପିଏସ୍ ସଫିନ ଅହମ୍ମଦଙ୍କ ଦେହାନ୍ତ। ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି ଆଇଜି ସଫିନ ଅହମ୍ମଦଙ୍କ ଅକାଳ ବିୟୋଗ ଘଟିଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କେରଳର ତିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସଫିନ୍ ଅହମ୍ମଦ ୨୦୦୩ ବ୍ୟାଚର ଜଣେ ଦକ୍ଷ ଆଇପିଏସ୍ ଅଫିସର ଥିଲେ । ଜୁଲାଇ ୨୦୨୩ରୁ ସେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ୱ ତୁଲାଉଥିଲେ । ନିଜର କାର୍ଯ୍ୟକାଳ ମଧ୍ୟରେ ସେ ସାଇବର କ୍ରାଇମ ଏବଂ କ୍ରିମିନାଲ ଇନଭେଷ୍ଟିଗେସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ପଦକ ଓ ସମ୍ମାନ ଲାଭ କରିଥିଲେ। ତାଙ୍କର ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଏବଂ ଓଡ଼ିଶା ପୋଲିସ ବିଭାଗ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Also Read:-‘KGF’ ପୂର୍ବରୁ ୟଶ କିଏ ପଚାରିବାରୁ ନିର୍ମାତାଙ୍କ ଉପରେ ଭଡକିଲେ ୟଶଙ୍କ ମାଆ, କହିଲେ ବସ୍ ଡ୍ରାଇଭରଙ୍କ ପୁଅ.....