ହାଇଦ୍ରାବାଦ : କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ନିକଟରେ ସମଗ୍ର ସିନେମା ହଲରେ ରିଲିଜ ହୋଇଛି ‘KGF’ ଷ୍ଟାର ୟଶଙ୍କ ଆକ୍ସନ ଫିଲ୍ମ 'ଟକ୍ସିକ' । କିନ୍ତୁ ଫିଲ୍ମଟି ସେତେ ମାତ୍ରାରେ ଦର୍ଶକଙ୍କ ମନକୁ ଛୁଇଁ ପାରିଲା ନାହିଁ । ଅଭିନେତା ୟଶଙ୍କ ଲୋକପ୍ରିୟତା ‘KGF’ ଫିଲ୍ମ ପରେ କେବଳ ଦକ୍ଷିଣ ଭାରତରେ ସୀମିତ ରହିନଥିଲା। ସେ ପ୍ୟାନ୍-ଇଣ୍ଡିଆ ଷ୍ଟାର ଭାବେ ନିଜର ଏକ ବଡ଼ ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଏବେ ଏହାକୁ ନେଇ ଦେଖାଦେଇଛି ନୂଆ ବିବାଦ । ଫିଲ୍ମ ନିର୍ମାତା ଆଲ୍ଲୁ ଅରବିନ୍ଦଙ୍କ ଏକ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ଝଡ଼ । ଅନ୍ୟପଟେ ନିର୍ମାତାଙ୍କ ମନ୍ତବ୍ୟରେ ୟଶଙ୍କ ମାଆ ପୁଷ୍ପା ଅସନ୍ତୋଷ ପ୍ରକାଶ କରିଛନ୍ତି । ଫିଲ୍ମ ନିର୍ମାତା ଆଲ୍ଲୁ ଅରବିନ୍ଦଙ୍କ ‘KGF' ପୂର୍ବରୁ ୟଶ କିଏ ଥିଲେ?’ ବୟାନକୁ ନେଇ ଭଡ଼କିଛନ୍ତି ୟଶଙ୍କ ମାଆ ପୁଷ୍ପା।

ଆଲ୍ଲୁ ଅରବିନ୍ଦଙ୍କ ମନ୍ତବ୍ୟ ଉପରେ ୟଶଙ୍କ ମାଆ ଦେଇଥିବା ମତାମତ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି । ସେ ୟଶଙ୍କ ପରିଚୟ ତାଙ୍କ ପାରିବାରିକ ପୃଷ୍ଠଭୂମି ସହ ଯୋଡ଼ି କହିଛନ୍ତି ଯେ, ଅନ୍ୟମାନଙ୍କ ପରି, ସେ କୌଣସି ଧନୀ ପରିବାରରେ ଜନ୍ମଗ୍ରହଣ କରି ନଥିଲେ। ୟଶ ଜଣେ ବସ୍ ଡ୍ରାଇଭରଙ୍କ ପୁଅ ହୋଇ ନିଜ ପରିଶ୍ରମରେ ଏହି ସ୍ଥାନରେ ପହଞ୍ଚିଛନ୍ତି। ଆଉ ଏକ ମାଆ ଭାବରେ, ମୁଁ ତାଙ୍କ ପାଇଁ ଗର୍ବିତ । ୟଶଙ୍କ ମାଆଙ୍କ ଏହି ବୟାନ ପରେ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି।

Also read: ରକ୍ଷାବନ୍ଧନରେ ‘ଟକ୍ସିକ୍’କୁ ଦର୍ଶକଙ୍କ ଢ଼େର ସମର୍ଥନ... ରକି ଭାଇଙ୍କ ଉପରେ ଲୁଟିଲେ ଭଲପାଇବା

ୟଶଙ୍କ ଜୀବନଯାତ୍ରା ସହଜ ନଥିଲା। ଟେଲିଭିଜନ୍ ଓ କନ୍ନଡ ସିନେମାରୁ ନିଜ କ୍ୟାରିୟର ଆରମ୍ଭ କରି ସେ ଧୀରେ ଧୀରେ ନିଜର ଏକ ବଡ଼ ଫ୍ୟାନ୍ ବେସ୍ ତିଆରି କରିଥିଲେ। ପରେ ‘KGF: Chapter 1’ ଏବଂ ‘KGF: Chapter 2’ ତାଙ୍କୁ ଦେଶବ୍ୟାପୀ ଷ୍ଟାରଡମ୍ ଦେଇଥିଲା। ସମଗ୍ର ସିନେମା ଜଗତରେ ଏକ ନୂଆ ପରିଚୟ ଦେଇଥିଲା । ଏହି ବିବାଦ ମଧ୍ୟରେ ୟଶଙ୍କ ମାଆଙ୍କ ମନ୍ତବ୍ୟକୁ ତାଙ୍କ ପୁଅଙ୍କ ସଂଘର୍ଷ ଓ ସଫଳତାର ପକ୍ଷରେ ଏକ ଦୃଢ଼ ପ୍ରତିକ୍ରିୟା ଭାବେ ଦେଖାଯାଉଛି। ତେବେ ଆଲ୍ଲୁ ଅରବିନ୍ଦଙ୍କ ଏହି ମନ୍ତବ୍ୟ ଓ ୟଶଙ୍କ ମାଆଙ୍କ ପ୍ରତିକ୍ରିୟା ପରେ ଏହି ମାମଲା ତୀବ୍ର ରହିଛି। ୟଶଙ୍କ ପ୍ରଶଂସକମାନେ ମଧ୍ୟ ସୋସିଆଲ୍ ମିଡିଆରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।