ମାଲକାନଗିରି ୦୯।୦୬ : ମାଲକାନଗିରି ଜିଲ୍ଲା ମାଓ ବିରୋଧୀ ଅପରେସନରେ ସୁରକ୍ଷାବାହିନୀକୁ ପୁଣି ମିଳିଛି ସଫଳତା । ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନରେ ମିଳିଛି ସଫଳତା ।

ପୋଲିସ ଖବର ଅନୁଯାୟୀ, ଜିଲ୍ଲାର କିଟିମିଟି ଓ କଟୁଆପଦର ଜଙ୍ଗଲ ଅଞ୍ଚଳରେ ବିଏସଏଫ ଏବଂ ଡିଭିଏଫ୍ ଯବାନଙ୍କ ମିଳିତ ତଲାସୀ ଅଭିଯାନ ବେଳେ ଏହି ସଫଳତା ମିଳିଛି। ଅଭିଯାନ ସମୟରେ ପ୍ରାୟ ୩୨ ପ୍ରକାରର ମାଓ ସାମଗ୍ରୀ ଜବତ କରାଯାଇଥିବା ପୋଲିସ କହିଛି। ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, ବିସ୍ଫୋରକ ଉପକରଣ, ଦୈନନ୍ଦିନ ବ୍ୟବହାର ସାମଗ୍ରୀ ସହ ଅନ୍ୟାନ୍ୟ ମାଓବାଦୀ ସାମଗ୍ରୀ ରହିଛି। ଏହି ଜବତ ଫଳରେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ବଡ଼ ଧକ୍କା ଲାଗିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଅଞ୍ଚଳରେ ଏଭଳି କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଏସପି ସୂଚନା ଦେଇଛନ୍ତି।

Also Read:-Chandrika Death Mystery: ଚନ୍ଦ୍ରିକା ନେଉଥିବା ଇଞ୍ଜେକ୍ସନ ବାବଦରେ ସବୁ ଜାଣିଥିଲେ ପୁରୁଷ ବନ୍ଧୁ, ତେବେ ବାହା ହେବାକୁ କାହିଁକି ମନା କରୁଥିଲେ ?

ତେବେ ମିଳିତ ତଲାସୀ ଅଭିଯାନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ। ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଏବଂ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବିଭିନ୍ନ ସାମଗ୍ରୀ ରହିଛି। ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ବିନୋଦ ପାଟିଲ ସୂଚନା ଦେଇଛନ୍ତି।