ଉଦଳା ୯।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପ୍ରତିଦିନ କିଛି ନା କିଛି ଗୁମର ବାହାରକୁ ଆସିବାରେ ଲାଗିଛି । ସେ ଚନ୍ଦ୍ରିକା ନେଉଥିବା ଗୋରା ହେବା ଇଞ୍ଜେକ୍ସନ ହେଉ କି ଚନ୍ଦ୍ରିକା ଲେଖୁଥିବା ଡାଏରୀ । ଦିନକୁ ଦିନ ଅଡୁଆ ସୂତା ଭଳି ମାମଲା ଗୁଡ଼େଇ ତୁଡ଼େଇ ହେବାରେ ଲାଗିଛି । ଏହାରି ଭିତରେ ଆଉ ଏକ ରହସ୍ୟ ଉନ୍ମୋଚନ ହୋଇଛି । ଚନ୍ଦ୍ରିକା ଗୋରା ହେବା ଟ୍ରିଟମେଣ୍ଟ ନେଇ ମୁହଁ ଖୋଲିଛନ୍ତି ଚନ୍ଦ୍ରିକାଙ୍କ ମାମୁଁ ଝିଅ ଭଉଣୀ ।

ଗୋରା ହେବା ପାଇଁ ଚନ୍ଦ୍ରିକାଙ୍କୁ ଡାକ୍ତର ପାଖକୁ ଖୋଦ୍ ନେଇକି ଯାଉଥିଲେ ପୁରୁଷ ବନ୍ଧୁ । ପ୍ରେମ ସମ୍ପର୍କରେ ଅନ୍ୟ ଜଣେ ଯୁବତୀଙ୍କ ଏଣ୍ଟ୍ରି ପରେ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କୁ ଗୋରା ହେବାକୁ କହୁଥିଲେ ତାଙ୍କ ପୁରୁଷ ବନ୍ଧୁ । ଗୋରା ହେଲେ ସେ ବିବାହ କରିବେ ବୋଲି ମନରେ ଆଶା ନେଇ ଚନ୍ଦ୍ରିକା ଭୁବନେଶ୍ୱରରେ ବିୟୁଟି ଟ୍ରିଟମେଣ୍ଟ କରାଉଥିଲେ । ଆଉ ସେହି ଟ୍ରିଟମେଣ୍ଟର ସତ ଖୋଲିଛନ୍ତି ତାଙ୍କ ମାମୁଁ ଝିଅ ।

Also Read:- ମୋ ସ୍ତ୍ରୀକୁ ମାରିଦେଲା ହସ୍ପିଟାଲ୍ ! ଶବ ରଖି ପରିବାର ଲୋକଙ୍କ ରାସ୍ତାରୋକ

ଚନ୍ଦ୍ରିକାଙ୍କ ମାମୁଁ ଝିଅ କହିଛନ୍ତି, ଚନ୍ଦ୍ରିକାଙ୍କୁ ଖୋଦ୍ ପୁରୁଷ ବନ୍ଧୁ ନେଇ ଯାଉଥିଲେ ଡାକ୍ତର ପାଖକୁ । ସମୁଦାୟ ୬ ଥର ସେ ଏହି ଟ୍ରିଟମେଣ୍ଟ ନେଇଥିବା ବେଳେ ୩ ରୁ ୪ ଥର ପୁରୁଷ ବନ୍ଧୁ ତାଙ୍କୁ ସାଙ୍ଗରେ ନେଇ ଡାକ୍ତର ପାଖକୁ ତାଙ୍କ ନିଜ କାରରେ ନେଇ ଯାଇଥିବା ମାମୁଁ ଝିଅ କହିଛନ୍ତି।

ତେବେ ଶୁଣନ୍ତୁ କ’ଣ କହୁଛନ୍ତି ଚନ୍ଦ୍ରିକାଙ୍କ ମାମୁଁ ଝିଅ ଭଉଣୀ…