ଭଦ୍ରକ ୨୩।୪: ବାଲି ମାଫିଆଙ୍କ ଉପରେ ପ୍ରଶାସନର ଛାଟ । ବେଆଇନ ବାଲି କାରବାର କରୁଥିବା ମାଫିଆଙ୍କ ଉପରେ ରୋକ ଲଗାଇଲା ଜିଲ୍ଲା ପ୍ରଶାସନ । ବାଲି ଖନନକୁ ନେଇ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଭଦ୍ରକ ଜିଲ୍ଲାରେ ପ୍ରବାହିତ ବୈତରଣୀ ନଦୀର ବାମ ପାର୍ଶ୍ଵ ଭଣ୍ଡାରିପୋଖରୀ ଅଞ୍ଚଳର ବିଭିନ୍ନ ବାଲି ଖନନ ଅଞ୍ଚଳରେ ୧୬୩ ଧାରା ଜାରି ହୋଇଛି । ଭଦ୍ରକ ଉପ ଜିଲ୍ଲାପାଳ ୧୬୩ ଧାରା ଜାରି କରିଛନ୍ତି । ବୈତରଣୀ ନଦୀର ନେରଡ଼ା, ଜଗନ୍ନାଥ ପ୍ରସାଦ, ଝୁଣ୍ଟିନା, ବଡ଼ ବନସ୍ତା, ବାଲିପୁର, ଯଶୋଟିକିରି ଆଦି ଅଞ୍ଚଳରେ ୧୬୩ ଧାରା ଜାରି କରାଯାଇଛି । ଆଇନ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାର ଓ ପୋଲିସ ଓ ଖଣି ବିଭାଗକୁ ଭଦ୍ରକ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଲେ ।

Also Read: LPG Cylinders Seized In Odisha: ଦୋକାନରେ କାହିଁକି ରଖିଥିଲେ ଏତେ ଏଲପିଜି ସିଲିଣ୍ଡର, କରିଥାନ୍ତେ କି କଳାବଜାରୀ ?

ଏହି ନିର୍ଦ୍ଦେଶକୁ କଡାକଡି ସହ କାର୍ଯ୍ୟକାରିତା କରିବା ପାଇଁ ତହସିଲଦାର ଓ ପୋଲିସକୁ ସଂଯୁକ୍ତ ଚେକିଂ ଓ ଚଢ଼ାଉ କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଜାଗାରେ ମଧ୍ୟ ବୈତରଣୀ ନଦୀକୁ ବାଲି ଗଡ଼ କରି ବାଲି ମାଫିଆ ବେଆଇନ ଭାବେ ବାଲି ଉତ୍ତୋଳନ କରି ଆସୁଥିବା ବାଲି ଗଡ଼କୁ କାଟିଛି ଖଣି ବିଭାଗ । ଭଣ୍ଡାରିପୋଖରୀ ତହସିଲ ପ୍ରଶାସନ ଓ ଭଣ୍ଡାରିପୋଖରୀ ପୋଲିସ ଉପସ୍ଥିତ ଏହି ବାଲି ଗଡ଼ କାଟି ବେଆଇନ ରାସ୍ତା ନଷ୍ଟ କରିଛି ଖଣି ବିଭାଗ ।