ଚଣ୍ଡିଖୋଲ ୨୩।୪: ସାରା ରାଜ୍ୟରେ ଗ୍ୟାସ୍ ସଙ୍କଟ ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଚାଲିଛି ବେଆଇନ ଗ୍ୟାସ୍ କାରବାର । ଓଡ଼ିଶାର ବିଭିନ୍ନ ସ୍ଥାନରେ କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ ଓ ପୋଲିସ ଚଢ଼ାଉ ଜାରି ରଖିଛି । ଶହ ଶହ ବେଆଇନ ଗ୍ୟାସ୍ ସିଲିଣ୍ଡର ଜବତ କରୁଛି ଯୋଗାଣ ବିଭାଗ । କଳାବଜାରୀ ପାଇଁ ଗଚ୍ଛିତ ଥିଲା କି ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର ? ହଠାତ୍ ରେଡ୍‌ କଲା ଯୋଗାଣ ବିଭାଗ । ଚଣ୍ଡିଖୋଲ ଛକରେ ଥିବା ଏକ ଦୋକାନରେ ଯୋଗାଣ ବିଭାଗ ଚଢାଉ କରିଛି । ଚଢାଉ ବେଳେ ମୋଟ୍ ୫୪ଟି ଏଲପିଜି ସିଲିଣ୍ଡର ଜବତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଚଢାଉ କରାଯାଇଥିବା ଜଣାପଡିଛି ।

ଚଣ୍ଡିଖୋଲ ଛକରେ ଏକ ଦୋକାନରେ ଗ୍ୟାସ୍ ସିଲିଣ୍ଡର ଗଚ୍ଛିତ ରହିଥିବା ବେଳେ ଖବର ପାଇଁ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ମାନେ ଚଢ଼ାଉ କରିଥିଲେ । ବଡ଼ଚଣା, ଧର୍ମଶାଳା, ରସୁଲପୁର ବ୍ଲକର ଯୋଗାଣ ଅଧିକାରୀ, ଦର୍ପଣ ତହସିଲଦାର, ଅତିରିକ୍ତ ତହସିଲଦାର, ପୋଲିସ ଉପସ୍ଥିତିରେ ଦୋକାନ ତାଲା ଭାଙ୍ଗି ଚଢାଉ କରାଯାଇଥିଲା । ଦୋକାନରେ ମୋଟ୍ ୫୪ଟି ଗ୍ୟାସ୍ ସିଲିଣ୍ଡର ଗଚ୍ଛିତ ରହିଥିବା ବେଳେ ସେସବୁକୁ ଜବତ କରାଯାଇଛି ।

Also Read:- Ragging allegation at VSSUT: ଭିସୁଟ୍‌ରେ ପୁଣି ରାଗିଂ ଅଭିଯୋଗ, ଅର୍ଥଦଣ୍ଡରେ ଦଣ୍ଡିତ ହେଲେ ୪ ବରିଷ୍ଠ ଛାତ୍ର

ରାଜ୍ୟରେ ଯେଉଁଭଳି ଗ୍ୟାସ୍‌ ସଙ୍କଟ ଦେଖା ଦେଉଛି ଏହାରି ଭିତରେ କିଛି ବ୍ୟବସାୟୀ କଳାବଜାରୀ କରି ଅଧିକ ଦାମ୍‌ରେ ଗ୍ୟାସ୍ ସିଲିଣ୍ଡର ବିକ୍ରି କରୁଛନ୍ତି । ତେବେ ଏହି ଚଢାଉ ବେଳେ ଦୋକାନରେ କେହି ବ୍ୟବସାୟୀ ନଥିବା ବେଳେ ପ୍ରଶାସନ ପକ୍ଷରୁ ଦୋକାନକୁ ସିଲ୍ କରିଦିଆଯାଇଛି । ଏହାସହ ନୋଟିସ୍ ମଧ୍ୟ ଜାରି କରାଯାଇଛି ।