ଭୁବନେଶ୍ବର ୫।୬: ରାଜ୍ୟରେ ବଢ଼ିପାରେ ଖରାଛୁଟି । ଖରାଛୁଟି ବଢ଼ିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ଖରାଛୁଟି ବଢ଼ିବ କି ନାହିଁ ତାହା ସମୟ କହିବ । ସେହି ସମୟରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ଖରା ଯଦି ନ କମେ ତାହାଲେ ଖରା ଛୁଟି ବଢ଼ିପାରେ । ପିଲାଙ୍କ ସୁରକ୍ଷା ଶିକ୍ଷା ବିଭାଗର ପ୍ରାଥମିକତା ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ ।

Also Read:- ନାବାଳିକାକୁ ନେଇ ଛୁ ମାରିଲା ଯୁବକ, ପୁଅ ଘରେ ପଶି ଭଙ୍ଗାରୁଜା କଲେ ଝିଅ ପରିବାର

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨୭ରୁ ସ୍କୁଲ ଗୁଡ଼ିକରେ ଖରା ଛୁଟି ଘୋଷଣା କରାଯାଇଥିଲା । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଥିଲେ ।

Watch Video: