ନୂଆଦିଲ୍ଲୀ, ୧୩/୧୦ : କକରୋଚ୍ ଜନତା ପାର୍ଟିର ନେତା ସୌରଭ ଦାସଙ୍କୁ ଦିଲ୍ଲୀ ପୋଲିସ ପୁଣି ଅଟକ ରଖିଛି । ସେ କିଛି ବନ୍ଧୁଙ୍କ ସହ ଜନ୍ତରମନ୍ତର ଯାଉଥିଲେ । ଏହି ସମୟରେ ତାଙ୍କୁ ପୋଲିସ ଉଠାଇ ନେଇଛି । ସୌରଭଙ୍କ ସହ ସିଜେପିର ସହ ସଂଯୋଜକ ଆଶୁତୋଷ ରାଙ୍କାକୁ ମଧ୍ୟ ପୋଲିସ ଅଟକ ରଖିଛି ।

କୁହାଯାଉଛି ଯେ, ସୌରଭ ଏବଂ ଆଶୁତୋଷଙ୍କ ସମେତ ସିଜେପିର କିଛି ବ୍ୟକ୍ତି ଜନ୍ତରମନ୍ତର ନିକଟବର୍ତ୍ତୀ ଜେଡିୟୁ ପାର୍ଟି ଅଫିସ ଆଡକୁ ଯାଉଥିଲେ । ଏହାପରେ ଗେଟ୍ ଡେଇଁ ଜନ୍ତରମନ୍ତରର ଏକ କୋଣକୁ ଚାଲି ଯାଇଥିଲେ । ପୋଲିସ ସମସ୍ତଙ୍କୁ ଅଟକ ରଖିଛି । ଏହି ମାମଲାରେ ଦିଲ୍ଲୀ ପୋଲିସ ଏଫଆଇଆର ମଧ୍ୟ ରୁଜୁ କରିପାରେ ।

Also Read :- ନାଁରେ ଭୁଲ, ଜମା ହୋଇନି କୋର୍ଟ ଫି ! ରାହୁଲ ଗାନ୍ଧୀଙ୍କ ପିଟିସନରେ ସାମ୍ନାକୁ ଆସିଲା ୧୪ ତ୍ରୁଟି

ଆଶୁତୋଷ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି । ଏଥିରେ ସେ ଭାରତ ମାତା କି ଜୟ ନାରା ଲଗାଉଛନ୍ତି । ଏହାସହ ଜ୍ଞାନେଶ କୁମାରଙ୍କ ଇସ୍ତଫା ମାଗୁଛନ୍ତି ।

ଏହାପୂର୍ବରୁ ଶନିବାର କକରୋଚ୍ ଜନତା ପାର୍ଟିର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ଉଭୟ ସିଜେପିକ ଏକ ରାଲିରେ ଯୋଗ ଦେଇଥାନ୍ତେ । କିନ୍ତୁ ବିମାନରୁ ହିଁ ପୋଲିସ ଗିରଫ କରିଥିଲା ।

ସୋମବାର ଦିଲ୍ଲୀ ପୋଲିସ ଜନ୍ତରମନ୍ତରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲା । ଏଠାରେ ଧାରଣା କିମ୍ବା ଆନ୍ଦୋଳନ କରିବା ବେଆଇନ ବୋଲି ପୋଲିସ କହିଥିଲା । ଆଇନ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ପୋଲିସ ପ୍ରକାଶ କରିଥିଲା ।