ନୂଆଦିଲ୍ଲୀ, ୧୩/୧୦ : ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ବନ୍ଦ କରିବା ଏବଂ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଆନ୍ଦୋଳନ ଜାରି ରଖିଥିବା ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଛି। ପ୍ରଥମଥର ପାଇଁ ଇଣ୍ଡି ମେଣ୍ଟର ନେତାମାନେ ଏଭଳି ମାର୍ଚ୍ଚ କରିଛନ୍ତି। ସେମାନେ ସୁପ୍ରିମକୋର୍ଟରେ ପହଞ୍ଚି ପିଟିସନ ଫାଇଲ କରିଛନ୍ତି। ସେଥିରେ ମୁଖ୍ୟତଃ ୧୦ଟି ଦାବି ଉଠାଇଛତି ଏବଂ ଏହି ଦାବି ଉପରେ ବିଚାର କରିବା ଲାଗି ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି । ଇଣ୍ଡି ମେଣ୍ଟର ୧୦ଟି ଦଳର ୧୧ ଜଣ ନେତା ମିଳିତ ଭାବେ ଏହି ପିଟିସନ ଦାଖଲ କରିଛନ୍ତି। ତେବେ ପିଟିସନରେ ଅନେକ ତ୍ରୁଟି ଥିବା ଦେଖିବାକୁ ମିଳିଛି ।

Also Read :- ଜେଲରେ ଫୋନରେ ବିବାହ, କିଛି ଘଣ୍ଟା ପରେ ଫାଶୀ : ସୀମା ଟପିଲା ଇରାନ ସରକାରଙ୍କ ବର୍ବରତା

ସୁପ୍ରିମକୋର୍ଟରେ ଲୋକସଭାରେ ବିରୋଧୀ ଦଳର ନେତାଙ୍କ ସମେତ ଇଣ୍ଡି ମେଣ୍ଟର ୧୦ ନେତା ପିଟିସନ ଫାଇଲ କରିଛନ୍ତି ।କିନ୍ତୁ ଏଥିରେ ୧୪ଟି ତ୍ରୁଟି ଥିବା ଯାଞ୍ଚ ସମୟରେ ଜଣାପଡିଛି । ଅକ୍ଟୋବର ୧୨ ତାରିଖରେ ଦାଖଲ ହୋଇଥିବା ଏହି ଆବେଦନରେ ଅନେକ ଆବଶ୍ୟକୀୟ ଦସ୍ତାବିଜ ନାହିଁ ।ଏହାସହ ଭୁଲ୍ ତଥ୍ୟ ପ୍ରଦାନ, କୋର୍ଟ ଫି ଭଳି ତ୍ରୁଟି ରହିଛି । ଏସବୁର ସମାଧାନ ପରେ ହିଁ ଏହାକୁ ଶୁଣାଣି କରିବାଚୁ ସୂଚୀବିଦ୍ଧ କରାଯିବ ।

ଯାଞ୍ଚ୍ ସମୟରେ ସୁପ୍ରିମକୋର୍ଟର ରେଜିଷ୍ଟ୍ରି ବିରୋଧୀ ଦଳଙ୍କୁ ସଠିକ ତଥ୍ୟ ଦେବାକୁ କହିଛନ୍ତି । ଏଥିରେ ବିରୋଧୀ ପକ୍ଷଙ୍କ ନାଁରେ ତ୍ରୁଟି ଥିଲା । ଏହାସହ ରିଟ୍ ପିଟିସନରେ ନିଜ ଲୋକଙ୍କୁ ଆବେଦନକାରୀ କରିବା ନେଇ କାରଣ ଦର୍ଶାଇବାକୁ କୁହାଯାଇଛି ।

ସମସ୍ତ ତ୍ରୁଟିକୁ ଦେଖିଲେ ଲିଷ୍ଟିଂ ଫର୍ମରେ ଆବେଦନକାରୀଙ୍କ ନାଁ ଠିକ୍ କହିବାକୁ କୁହାଯାଇଛି । ସେହିପରି ପେଜ୍ ନମ୍ବର ୯ରେ ଆବେଦନକାରୀଙ୍କ ତଥ୍ୟ ଭୁଲ ରହିଛି । ଅନେକ ପାରଗ୍ରାଫ୍ ପିଟିସନରେ ଉଲ୍ଲେଖ ନାହିଁ । ୨୦୨୫, ଜୁନ ୨୪ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ନକଲ ଆବେଦନରେ ସାମିଲ କରିବାକୁ କୁହାଯାଇଛି । ଏପରିକି ତାରିଖରେ ଫରକ ରହିଛି । ବିରୋଧୀ ଦଳ ଏକ ପେନ୍ ଡ୍ରାଇଭ୍ ଦେଇ ନାହଁନ୍ତି । ୨୦୨୦ ଟଙ୍କାର ଅତିରିକ୍ତ କୋର୍ଟ ଫି ମଧ୍ୟ ଜମା ହୋଇନି । ଏପରିକି କିଛି ଲେଖା ସ୍ପଷ୍ଟ ନଥିବା ଦେଖିବାକୁ ମିଳିଛି ।

Also Read :- ଜେଲରେ ଫୋନରେ ବିବାହ, କିଛି ଘଣ୍ଟା ପରେ ଫାଶୀ : ସୀମା ଟପିଲା ଇରାନ ସରକାରଙ୍କ ବର୍ବରତା

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପରିଚୟ ପତ୍ର ସ୍ପଷ୍ଟ ନାହିଁ । ଏହାକୁ ପୁଣି ଥରେ ପ୍ରଦାନ କରାଯିବ । ଯାହା ପରେ ପିଟିସନ ସୂଚୀବଦ୍ଧ ହେବ ।