ନ୍ୟୁୟର୍କ, ୦୮/୦୫: ଇରାନକୁ ନିସ୍ତାର ନାହିଁ । ଧ୍ୱଂସ ସ୍ତୁପ ପାଲଟିବ ତେହେରାନ । ନକ୍ସାରୁ ଲିଭିଯିବ ମଧ୍ୟପ୍ରାଚ୍ୟରେ ଥିବା ଏହି ଦେଶ । କାରଣ ଆମେରିକାକୁ ନିଜ ସହଯୋଗୀ ଦେଶଙ୍କଠୁ ବଡ ସମର୍ଥନ ମିଳିଛି । ସାଉଦି ଆରବ ଏବଂ କୁଏତ ଆମେରିକା ସେନାକୁ ନିଜ ନିଜର ଏୟାର ସ୍ପେସ୍ ବା ଆକାଶ ପଥ ଏବଂ ଏୟାରବେସ୍ ବ୍ୟବହାର କରିବା ପାଇଁ ପୂର୍ବରୁ ଲଗାଇଥିବା କଟକଣା ହଟାଇ ଦେଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ନେଇ ଲଗାତାର ମଧ୍ୟପ୍ରାଚ୍ୟର ଅନେକ ଦେଶର ସମର୍ଥନ ଲୋଡୁଛନ୍ତି । ଏହା ମଧ୍ୟରେ ସାଉଦି ଏବଂ କୁଏତଙ୍କ କଟକଣା ହଟାଯିବା ପଦକ୍ଷେପ ଆମେରିକା ପାଇଁ କୁଟନୈତିକ ବିଜୟ । ଏହା ଆମେରିକା ଅନେକ ସମସ୍ୟା ଦୂର କରିଦେବ । ଏବେ ୟୁଏସ ଜାହାଜକୁ ସୁରକ୍ଷା ଦେଇପାରିବ । ଅପରେସନ୍ ଫ୍ରିଡମକୁ ପୁଣି ଥରେ ଆରମ୍ଭ କରିପାରିବ ।

କିଛି ଦିନ ତଳେ ଆମେରିକା ଅପରେସନ୍ ଫ୍ରିଡମ୍ ଆରମ୍ଭ କରିଥିଲା । କିନ୍ତୁ ଏହା ଆରମ୍ଭ ହେବାର ୩୬ ଘଣ୍ଟା ମଧ୍ୟରେ ବନ୍ଦ ହୋଇଯାଇଥିଲା । ଏବେ କିନ୍ତୁ ପେଣ୍ଟାଗନର ଅଧିକାରୀ ଏହାକୁ ପୁନଃ ଆରମ୍ଭ କରିବା ନେଇ କହିଛନ୍ତି ।

Also Read :- Weather Update:୧୨ ବେଳକୁ ଲଘୁଚାପ ! ଓଡ଼ିଶାରେ କଣ ରହିବ ପ୍ରଭାବ, ବଡ଼ ସୂଚନା ଦେଲା IMD

ଆମେରିକା ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ

ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ଖୋଲା ରଖିବା ପାଇଁ ଆମେରିକାକୁ ବଡ ଏୟାରବେସ୍ ଦରକାର । ଯାହା ଇରାନ ଡ୍ରୋନ୍ ଏବଂ ମିସାଇଲ କବଳରୁ ବାଣିଜ୍ୟିକ ଜାହାଜର ସୁରକ୍ଷା କରିପାରିବ । ତେଣୁ ସୁରକ୍ଷା ପ୍ରଦାନ ପାଇଁ କୁଏତ ଏବଂ ସାଉଦିର ଏୟାରସ୍ପେସ୍ ଏବଂ ଏୟାରବେସକୁ ଆମେରିକା ବ୍ୟବହାର କରିବ । ଯାହା ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ୟୁଏସକୁ ଶକ୍ତି ଯୋଗାଇବ ।