• ଦିଲ୍ଲୀ ବିମାନ ବନ୍ଦରରେ ଅଭିଜିତ ଦୀପକେଙ୍କ ସହିତ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଅଟକ କରିଦିଆଯାଇଥିଲା
  • ଜନ୍ତର ମନ୍ତର ବିରୋଧ ପ୍ରଦର୍ଶନ ପୂର୍ବରୁ ଗିରଫଦାରୀର ଆକଳନ କରିନେଇଥିଲେ ଅଭିଜିତ ଦୀପକେ
  • ପାର୍ଟି ଯେ ପର୍ଯ୍ୟନ୍ତ ଦୀପକେ,ଦାସ ଓ ରାଙ୍କା ପୋଲିସ ହାଜତରେ ଥିବେ ସେ ପର୍ଯ୍ୟନ୍ତ ଆଜିଂକ୍ୟ ସିନ୍ଦେ  ପ୍ରଦର୍ଶନର ନେତୃତ୍ୱ କରିବେ ବୋଲି ଘୋଷଣା କରିଛି।

ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍ରୋଚ ଜନତା ପାର୍ଟି (ସିଜେପି) ପ୍ରଦର୍ଶନରେ ବଡ଼ ରାଜନୈତିକ ଘଟଣାକ୍ରମ ସାମ୍ନାକୁ ଆସିଛି। ପ୍ରଥମେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବାମାତ୍ରେ ସିଜେପି ସଂସ୍ଥାପକ ଅଭିଜିତ ଦୀପକେଙ୍କ ସହିତ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଅଟକ କରିଦିଆଯାଇଥିଲା। ଏଥିରେ ଦିଲ୍ଲୀ ସିଜେପି ପ୍ରତିବାଦକୁ କିଏ ନେତୃତ୍ୱ ନେବ ବୋଲି ପ୍ରଶ୍ନ ଉଠିଥିବା ବେଳେ ପ୍ରି-ରେକର୍ଡେଡ ଭିଡିଓ ପୋଷ୍ଟ କରି ଦୀପକେ ବଡ଼ ଘୋଷଣା କରିଛନ୍ତି।

ଆଜିଂକ୍ୟ ସିନ୍ଦେ ତୁଲାଇବେ ସିଜେପି ଆନ୍ଦୋଳନର ନେତୃତ୍ୱ
ଜନ୍ତର ମନ୍ତର ବିରୋଧ ପ୍ରଦର୍ଶନ ପୂର୍ବରୁ ଗିରଫଦାରୀର ଆକଳନ କରିନେଇଥିଲେ ଅଭିଜିତ ଦୀପକେ। ଏଣୁ ଶୁକ୍ରବାର ରାତିରେ ଏକ ପ୍ରି-ରେକର୍ଡେଡ ଭିଡିଓ ସୁଟ୍ କରି ରଖିଥିଲେ। ପାର୍ଟି ଶନିବାର ଏହି ଭିଡିଓ ଜାରି କରି ଯେ ପର୍ଯ୍ୟନ୍ତ ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କା ପୋଲିସ ହାଜତରେ ଥିବେ ସେ ପର୍ଯ୍ୟନ୍ତ ସଙ୍ଗଠନ ପ୍ରଭାରୀ ଆଜିଂକ୍ୟ ସିନ୍ଦେ ଜନ୍ତର-ମନ୍ତରରେ ପ୍ରଦର୍ଶନର ନେତୃତ୍ୱ କରିବେ ବୋଲି ଘୋଷଣା କରିଛି।

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ଆଣିଲେ ଅଭିଯୋଗ
ଭିଡିଓରେ ଅଭିଜିତ ଦୀପକେ କହିଛନ୍ତି ଯେ ସେ ଏହି ବିରୋଧ ପ୍ରଦର୍ଶନ ଲାଗି ଦିଲ୍ଲୀ ଆସୁଛନ୍ତି ଓ ଗରିଫ ହେବା ପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭଡିଓରେ ଦୀପକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ସରକାର ସୁରକ୍ଷା କଟକଣାକୁ ଉପଯୋଗ କରି ଏହି ଆନ୍ଦୋଳନରେ ଶାମିଲ ହେବାକୁ ଲୋକଙ୍କୁ ଅଟକାଉଛନ୍ତି।

ନେହା ବୋରା ଅଟକ
ଜନ୍ତରମନ୍ତର ଆଡକୁ ଯାଉଥିବା ବେଳେ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ (ଏଆଇଏସଏ) ନେତ୍ରୀ ନେହା ବୋରାଙ୍କୁ ପୋଲିସ ଅଟକ କରିଛି। ଯୋଗେନ୍ଦ୍ର ଯାଦବ ଓ ପ୍ରଶାନ୍ତ ଭୂଷଣଙ୍କ ସହ ନେହା ଜନ୍ତର ମନ୍ତର ପହଞ୍ଚିଥିଲେ। ସେଠାରୁ ପୋଲିସ ତାଙ୍କୁ ବଳ ପୂର୍ବକ ଉଠାଇ ନେଇଛି। ନେହା ବୋରା ଓ ଅନ୍ୟ ନେତାଙ୍କୁ ପୋଲିସ ଯେଉଁ ବସ୍ ରେ ନେଉଥିଲା ପ୍ରଦର୍ଶନକାରୀ ତାକୁ ଘେରି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ଅସ୍ୱଭାବିକ ପରିସ୍ଥିତି ଉପୁଜିଥିଲା।

ଜନ୍ତର ମନ୍ତରରେ ସମ୍ବୋଧିତ କଲେ ଅର୍ଥଶାସ୍ତ୍ରୀ ଜିନ୍ ଦ୍ରେଜ୍
କକ୍ରୋଚ ଜନତା ପାର୍ଟି ଦ୍ୱାରା ସ୍ଥିରିକୃତ ଆନ୍ଦୋଳନ ସ୍ଥଳ ଜନ୍ତରମନ୍ତକୁ ବିଶିଷ୍ଟ ଅର୍ଥନୀତିଜ୍ଞ ଜିନ୍ ଦ୍ରେଜ ପହଞ୍ଚିଛନ୍ତି ଓ ଉପସ୍ଥିତ ଛାତ୍ର ଏବଂ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ‘ମୁଁ ସେହିମାନଙ୍କ ପକ୍ଷରୁ କହୁଛି ଯେଉଁମାନେ ଏଠାକୁ ପହଞ୍ଚି ପାରି ନାହାନ୍ତି ଓ ଏହାର କାରଣ ହେଉଛି ପୋଲିସ ଫୋର୍ସଙ୍କ ଅବିଶ୍ୱସନୀୟ ଏବଂ ଅତ୍ୟଧିକ ପ୍ରଦର୍ଶନ। ଏହା ଅପ୍ରତ୍ୟାସିତ ଓ ଭିତ୍ତିହୀନ। ସରକାର ଏତେ ଡରିବାର କାରଣ ଏହା ନୁହେଁ ଯେ ଏଠାରେ ହିଂସାର କୌଣସି ବିପଦ ରହିଛି ଅଥବା ସୁରକ୍ଷା କ୍ଷତିଗ୍ରସ୍ତ ହେବ, ବରଂ ସରକାର ଏ କଥାକୁ ଡରୁଛନ୍ତି ଯେ ଦେଶବାସୀ ଯେପରି ଏହା ନ ବୁଝନ୍ତୁ ଯେ ଏହା ସେମାନଙ୍କ ଭୋଟ ଅଧିକାର ଛଡେଇ ନିଆଯାଉଥିବାରୁ ଆନ୍ଦୋଳନ’।