ମୁମ୍ଵାଇ ୧୦।୧୦; ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ମୃତ୍ୟୁ ଖବର ସମଗ୍ର ଦେଶକୁ ଶୋକାକୁଳ କରିଦେଇଛି। ତାଙ୍କ ବିୟୋଗ ଖବର ଚଳଚ୍ଚିତ୍ର ଜଗତ ଏବଂ ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନେ ଗଭୀର ଭାବେ ମର୍ମାହତ। ହେଲେ ତାଙ୍କ ଘନିଷ୍ଠ ବନ୍ଧୁ ଅନୀଲ କପୁର ମଧ୍ୟ ଏହି ଦୁଃଖଦ ଖବର ଶୁଣି ଗଭୀର ଭାବେ ଭାବବିହ୍ୱଳ ହୋଇପଡ଼ିଛନ୍ତି।

ନାନା ପାଟେକରଙ୍କ ମୃତ୍ୟୁ ପରେ ସବୁଆଡ଼େ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଅନୀଲ କପୁର ଇନଷ୍ଟାଗ୍ରାମରେ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରି ନିଜ ବନ୍ଧୁ ତଥା ସହ-ଅଭିନେତାଙ୍କୁ ହୃଦୟର ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହି ପୋଷ୍ଟରେ ସେ ନାନା ପାଟେକରଙ୍କୁ ସ୍ନେହର ସହ 'ନାନିଆ' (Nanya) ବୋଲି ସମ୍ବୋଧନ କରିଥିଲେ। ସେ ଲେଖିଥିଲେ, "ମୋର ବନ୍ଧୁ ମୋତେ ଛାଡ଼ି ଚାଲିଗଲେ। ପ୍ରଥମେ ସତୀଶ ଆଉ ଏବେ ନାନିଆ... ନାନିଆ, ତୁମେ ଆମକୁ ହଠାତ୍ ଏବଂ ଏତେ ଶୀଘ୍ର ଛାଡ଼ି ଚାଲିଗଲ ମୁଁ କେବେ ଭାବିନଥିଲେ। ବିଶ୍ୱର ଜଣେ ମହାନ କଳାକାର ଆମକୁ ସବୁଦିନ ପାଇଁ ଛାଡ଼ି ଚାଲିଗଲେ। ମୁଁ ତୁମକୁ ବହୁତ ମନେ ପକାଇବି-ଜୀବନରେ, ସେଟ୍ରେ, ଫୋନ୍ରେ ଏବଂ ବଡ଼ ପରଦାରେ। ମୋତେ ଏକା କରିଦେଲ ପଳେଇଲ....

ଅନୀଲ କପୁରଙ୍କ ଠାରେ ନାନାଙ୍କୁ ହରାଇବାର ଯନ୍ତ୍ରଣା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି। ସେ ନିଜର ଘନିଷ୍ଠ ବନ୍ଧୁଙ୍କୁ ଖୁବ୍ ମନେ ପକାଇବା ସହ ଭାଙ୍ଗି ପଡିଛନ୍ତି। ପରଦା ଉପରେ ଥିବା ସେମାନଙ୍କର ଚମତ୍କାର ଯୋଡ଼ି (କେମିଷ୍ଟ୍ରି) ତୁଳନାରେ ପରଦା ବାହାରେ ସେମାନଙ୍କ ବନ୍ଧୁତା ଆହୁରି ଅଧିକ ସ୍ୱତନ୍ତ୍ର ଥିଲା। ଏହା ପୂର୍ବରୁ ସେ ନିଜର ଘନିଷ୍ଠ ବନ୍ଧୁ ସତୀଶ କୌଶିକଙ୍କୁ ହରାଇଥିଲେ ଏବଂ ବର୍ତ୍ତମାନ ନାନା ପାଟେକରଙ୍କୁ ମଧ୍ୟ ହରାଇଲେ।

କହିବାକୁ ଗଲେ ନାନା ପାଟେକର ଏବଂ ଅନୀଲ କପୁରଙ୍କ ବନ୍ଧୁତା ବହୁ ପୁରୁଣା ଏବଂ ଉଭୟ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ସେମାନେ ପ୍ରଥମେ ବିଧୁ ବିନୋଦ ଚୋପ୍ରାଙ୍କ ୧୯୮୯ ମସିହାର ଚଳଚ୍ଚିତ୍ର 'ପରିନ୍ଦା' ରେ ଏକାଠି ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ନାନାଙ୍କ ଅଭିନୟ ବେଶ୍ ପ୍ରଶଂସିତ ହୋଇଥିଲା ଏବଂ ଏଥିପାଇଁ ସେ ନିଜର ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ସେମାନେ ପରବର୍ତ୍ତୀ ସମୟରେ ଅନେକ ପ୍ରୋଜେକ୍ଟରେ ଏକାଠି କାମ କରିଥିଲେ, ହେକେ 'ୱେଲକମ୍' ଚଳଚ୍ଚିତ୍ରରେ ସେମାନଙ୍କ ଯୋଡ଼ି ଦର୍ଶକଙ୍କ ଠାରୁ ପ୍ରଚୁର ଭଲପାଇବା ପାଇଥିଲା।