ମୁମ୍ଵାଇ ୦୮।୦୪: ଫିଲ୍ମ ‘କେଡି: ଦ ଡେଭିଲ୍’ର ଗୀତ ‘ସର୍କେ ଚୁନର୍ ତେରୀ’ ବିବାଦରେ ନୋରା ଫତେହିଙ୍କ ଅଡୁଆ ବଢ଼ିଛି । ଗତ ସୋମବାର ଅର୍ଥାତ୍ ୬ ତାରିଖ ସେ ରାଷ୍ଟ୍ରୀୟ ମହିଳା ଆୟୋଗର ଶୁଣାଣିରେ ହାଜର ହୋଇନଥିଲେ । ଏଥିରେ ଆୟୋଗ କ୍ଷୁବ୍ଧ ହୋଇ ତାଙ୍କୁ ଶେଷ ସୁଯୋଗ ଦେଇଛି ।

ରିପୋର୍ଟ ଅନୁସାରେ, ୬ ତାରିଖ ରାଷ୍ଟ୍ରୀୟ ମହିଳା ଆୟୋଗର ଶୁଣାଣିରେ ଉକ୍ତ ଗୀତର ଗୀତିକାର ରକିବ ଆଲମ, ଫିଲ୍ମର ନିର୍ଦ୍ଦେଶକ ପ୍ରେମ୍ ଓ ପ୍ରଡକ୍ସନ୍ ହାଉସ୍ର ପ୍ରତିନିଧି ଗୌତମ କେ.ଏମ୍ ଓ ସୁପ୍ରିଥ ହାଜର ହୋଇଥିଲେ । ସମନରେ ନୋରାଙ୍କୁ ମଧ୍ୟ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ସେ ନିଜେ ନ ଆସି ସଫେଇ ଦେବାକୁ ଓକିଲ ପଠାଇଥିଲେ । ଶୁଣାଣିରେ ବିଜୟା ରହାଟକର ଚିନ୍ତାବ୍ୟକ୍ତ କରି କହିଲେ, ଗୀତର ପଂକ୍ତି ମହିଳାଙ୍କ ଗରିମା-ବିରୋଧୀ । ସୃଜନଶୀଳତା ନାଁରେ ମହିଳାଙ୍କ ଗରିମା ସହ ସାଲିସ କରାଯାଇ ପାରିବ ନାହିଁ । ଏହାକୁ ସମସ୍ତେ ସ୍ୱୀକାର କଲେ ଏବଂ ଲିଖିତ କ୍ଷମା ପ୍ରାର୍ଥନା କଲେ ।

ଏଥିସହିତ ସମସ୍ତେ ୩ ମାସ ଯାଏ ମହିଳା ସଶକ୍ତୀକରଣ ପାଇଁ କାମ କରିବାକୁ ଏବଂ ମହିଳା ଆୟୋଗକୁ ଏହାର ରିପୋର୍ଟ ଦେବାକୁ ଆଶ୍ୱାସନ ଦେଲେ । ମହିଳା ଆୟୋଗ ସଞ୍ଜୟ ଦତ୍ତଙ୍କୁ ମଧ୍ୟ ସମନ ପଠାଇଛି ଏବଂ ଆଜି ଅର୍ଥାତ୍ ୮ ତାରିଖ ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ଏଥିସହିତ ନୋରାଙ୍କ ଅନୁପସ୍ଥିତିରେ କ୍ରୋଧିତ ହୋଇ ଆୟୋଗ ତାଙ୍କୁ ଆସନ୍ତା ୨୭ ତାରିଖ ହାଜର ହେବାକୁ ଶେଷ ସୁଯୋଗ ଦେଇଛି ।

Also Read-Arshdeep Singh: ସମରିନ କୌର କିଏ ? ଭାଇରାଲ ହେଉଛି ଅର୍ଶଦୀପଙ୍କ ସହ ରୋମାଣ୍ଟି ଫଟୋ