ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ। ତପ୍ତପାଣି ନିକଟସ୍ଥ ପାଳୁଖୁଳା ଗ୍ରାମ ନିକଟ ଜଙ୍ଗଲରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମୃତକ ଦୁଇଜଣ ହେଲେ ପଦ୍ମନାଭପୁର ଗ୍ରାମର ପୂର୍ଣ୍ଣ ସେଠୀଙ୍କ ପୁଅ ଭଗବାନ ସେଠୀ ଏବଂପାଳସପୁର ଗ୍ରାମର ସନ୍ତୋଷୀ ସେଠୀ। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ପ୍ରେମ ସମ୍ପର୍କ ଥିବା କୁହାଯାଉଛି। ହେଲେ ମଙ୍ଗଳବାର ଦିନ ବେଳେ ପାଳୁଖୁଳା ଗ୍ରାମ ନିକଟ ଜଙ୍ଗଲରେ ଦୁହିଁଙ୍କ ମୃତଦେହ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଏହି ଘଟଣା ପ୍ରଘଟ ହେବା କ୍ଷଣି ଘଟଣାସ୍ଥଳକୁ ଲୋକଙ୍କ ସୂଅ ଛୁଟିବାରେ ଲାଗିଥିଲା।

Also Read: ନୟାପଲ୍ଲୀରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା, ସିସିଟିଭିରେ କଏଦ ହୋଇଛି ଅଭିଯୁକ୍ତ !

ପାଟପୁର ପୋଲିସ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୃତଦେହ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲକୁ ଆଣିଛି।ଉଭୟ କାହିଁକି ଆତ୍ମହତ୍ୟା କଲେ ? ନା ଦୁହିଁଙ୍କ ଭଲ ପାଇବାକୁ ଘରେ ଗ୍ରହଣ କରୁ ନ ଥିଲେ। ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି। ପୋଷ୍ଟମର୍ଟମ ପରେ ଦୁହିଁଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।