ଭୁବନେଶ୍ୱର ୨୨/୬ : ଆଜିକାଲି ସମସ୍ତଙ୍କ ଘରେ ପୋଷା ପ୍ରାଣୀ ନିଶ୍ଟିତ ଅଛନ୍ତି । ଯଦି ଆପଣଙ୍କର ଘରେ ବି କୌଣସି ପୋଷା କୁକୁର ବା ବିଲେଇ କି ଅନ୍ୟ କୌଣସି ଜୀବ ଅଛନ୍ତି ତେବେ ଆପଣଙ୍କର ଚିନ୍ତା ଏବେ ଦୂର ହେବାକୁ ଯାଉଛି । ଖାସ କରି ପଶୁପ୍ରେମୀଙ୍କ ପାଇଁ ସାମସଙ୍ଗ ଆଣିଛି କିଛି ନୂଆ ଫିଚର । ଯାହାଦ୍ୱାରା ପ୍ରତି ସାମସଙ୍ଗ ଗ୍ୟାଲାକ୍ସି ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ମିଳିବ ସୁବିଧା । ଦକ୍ଷିଣ କୋରିଆନ୍ କମ୍ପାନୀ ସାମସଙ୍ଗ ଏହାର ଡିଭାଇସଗୁଡ଼ିକରେ AIର ସଂଯୋଗ କରି କିଛି ନୂଆ ଫିଚର ଉନ୍ମୋଚନ କରିଛି ଯାହା ଆପଣଙ୍କର ପୋଷାପ୍ରାଣୀଙ୍କ ପାଇଁ ସୁବିଧାଜନକ ରହିବ । ଏହି ଡିଭାଇସଟି AI ଦ୍ୱାରା ପରିଚାଳିତ ହେବ । ଏହା ଆପଣଙ୍କ ବିଲେଇ ବା କୁକୁରର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ବୁଝି ଜଣାଇଦେବ ଯେ ତାକୁ ଜ୍ୱର ହୋଇଛି କି ଥଣ୍ଡା । ଏଥିସହ ଆପଣଙ୍କ କୁକୁର ଓ ବିଲେଇ କଣ ଭାବୁଛି ତାହା ମଧ୍ୟ ଏହି ଡିଭାଇସ କହିଦେଇପାରିବ ।

Anshula kapoor: କନିଆ ସାଜିବେ କପୁର ପରିବାର ଲାଡଲୀ, ଧୁମଧାମରେ ଆରମ୍ଭ ହେଲା ପ୍ରି-ୱେଡିଂ ସେଲିବ୍ରେସନ୍

ଯେତେବେଳେ AI କଥା ଆସେ, ସେବେ ସାମସଙ୍ଗ ଅନ୍ୟ ଆଣ୍ଡ୍ରଏଡ୍ ଅପେକ୍ଷା ବହୁତ ଆଗରେ । ଆଉ ଏବେ କମ୍ପାନୀ ପୁଣି ପୋଷାପ୍ରାଣୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାର ଦାୟିତ୍ୱ ମଧ୍ୟ ନେବାକୁ ଯାଉଛି । ଏଥିରେ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି ଆପଣ କେବଳ ସାମସଙ୍ଗ ଗ୍ୟାଲାକ୍ସି ଡିଭାଇସରେ ଆପଣଙ୍କର କୁକୁର କିମ୍ବା ବିଲେଇର ଫଟୋ ସେୟାର କରିବେ ଏବଂ ବାକି ସବୁ କାମ Lifet ଆପ ପରିଚାଳନା କରିବ । ଏହି ଆପ୍ ସେହି ଫଟୋକୁ ଭଲ ଭାବେ ବିଶ୍ଳେଷଣ କରି ସମ୍ଭାବ୍ୟ ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ କରିପାରିବ । ପେଟ ପ୍ୟାରେଣ୍ଟଙ୍କୁ ସେମାନଙ୍କର ପୋଷା ପ୍ରାଣୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଏହା ଏକ ସ୍ମାର୍ଟ ଏବଂ ଉତ୍କୃଷ୍ଟ ଉପାୟ । ଯଦି ଆପଣଙ୍କର ଏକ Galaxy ଡିଭାଇସ୍ ଅଛି, ତେବେ ଆପଣଙ୍କୁ ସାମସଙ୍ଗର SmartThings ଆପ୍ ଏବଂ Pet Care ଆପ ଡାଉନଲୋଡ୍ କରିବାକୁ ପଡିବ।

'Lifet' ଆପ କଣ ?

Lifet ଏକ ଷ୍ଟାର୍ଟଅପ୍ ଯାହା ସାମସଙ୍ଗର ବାହ୍ୟ ଷ୍ଟାର୍ଟଅପ୍ ଇନକ୍ୟୁବେସନ ପ୍ରୋଗ୍ରାମର ଏକ ଅଂଶ । ଯଦି ଆପର ସଠିକତା ଉପରେ ଆପଣଙ୍କର କିଛି ଚିନ୍ତା ଅଛି, ତେବେ କମ୍ପାନୀ ମଧ୍ୟ ଏହାର ଯତ୍ନ ନେଇଛି । ଲିଫ୍ଟ ଦାବି କରିଛି ଯେ ଏହା 97 ପ୍ରତିଶତ ସଠିକତା ହାର ସହିତ ଉପରୋକ୍ତ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକୁ ଚିହ୍ନଟ କରିପାରିବ । ସ୍ୱାସ୍ଥ୍ୟସେବା ପ୍ରସଙ୍ଗରେ ସାମସଙ୍ଗ ଆଗକୁ ଆହୁରି ଶୋଇବା, କାର୍ଯ୍ୟକଳାପ, ପୁଷ୍ଟିକର ଖାଦ୍ୟ, ମାନସିକ ସ୍ୱାସ୍ଥ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ଚିହ୍ନ ପରି କ୍ଷେତ୍ରରେ ନିଜର ପରିସର ବିସ୍ତାର କରୁଛି ।