କୁଚିଣ୍ଡା: ବାପା। ପିଲାକୁ କୋଳେଇ କାଖେଇ ମଣିଷ କଲେ। ସବୁ ଅଳି ଅଝଟ ସହିଲେ। ଯାହାଙ୍କ ହାତ ଧରି ଚାଲିବା ଶିଖିଲା , ଜୀବନର ମୂଲ୍ୟବୋଧକୁ ବୁଝିଲା ଆଜି ସେହି ବାପାର ଜୀବନ ନେଇ ଯାଇଛି ପୁଅ। ପୁଅର ଟାଙ୍ଗିଆ ମାଡ଼ରେ ବାପାର ଜୀବନ ଚାଲି ଯାଇଛି। ଘରୋଇ କଳହର ଇଏ ହେଉଛି କରୁଣ ପରିଣତି। ବାପାଙ୍କ ମୃତ୍ୟୁ ପରେ ପୁଅକୁ କୁଚିଣ୍ଡା ଥାନାରେ ଅଟକ ରଖାଯାଇଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ମନାପାଲି ଗାଁରେ ଏହି ଘଟଣାକୁ ନେଇ ସବୁଠି ଚାଞ୍ଚଲ୍ୟ।

ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ବାପ-ପୁଅ ମଧ୍ୟରେ ବଚସା ଆରମ୍ଭା ହୋଇଯାଇଥିଲା। ଯାହା ପରେ ତାହା ଉଗ୍ରରୂପ ଧାରଣ କରିଥିଲା। ପୁଅ ନିଜ ହିତାହିତ ଜ୍ଞାନ ହରାଇ, ନୃଶଂସତାର ସବୁ ସୀମା ଲଂଘିଥିଲା। ଟାଙ୍ଗିଆରେ ବାପାଙ୍କ ଉପରେ ଆକ୍ରମଣ କରିଥିଲା। ଖବର ପାଇ କୁଚିଣ୍ଡା ପୋଲିସ ଗୁରୁତର ବାପାକୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ପରେ ବୁର୍ଲାକୁ ସ୍ଥାନାନ୍ତର ବେଳେ ବାଟରେ ଗୁରୁତର ବାପା ଧନେଶ୍ୱର ଭୋଇଙ୍କ ମୃତ୍ୟୁ ହୋଇଛି। ଲଇଡା ଡାକ୍ତରଖାନାରେ ମୃତ ଶରୀର ରଖାଯାଇଥିବା ବେଳେ ଅଭିଯୁକ୍ତ ପୁଅ ଗୋବିନ୍ଦ ଭୋଇକୁ ଅଟକ ରଖି ଅଧିକ ତଦନ୍ତ ତଦନ୍ତ ଚଳାଇଛି କୁଚିଣ୍ଡା ପୋଲିସ।

Also Read- ଛାଡି଼ବନି ବର୍ଷା, ଫୁଲୁଛି ସବୁ ନଦୀ ! ୨୪ ଘଣ୍ଟା ସତର୍କ ରହିବାକୁ ଏହି ଜିଲ୍ଲାକୁ ଆଲର୍ଟ

ତେବେ କାହିଁକି ଏହି ଚରମ ନିଷ୍ପତ୍ତି। ଏତେ ନୃଶଂସତାର କାରଣ କଣ ହୋଇପାରେ। କାରଣ ଯାହାବି ହେଉନା କାହିଁକି, ବାପାଙ୍କୁ ଜୀବନରୁ ମାରିଦେବା କେତେ ଯୁକ୍ତିଯୁକ୍ତ। ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ଏଭଳି ମାନସିକତା ନିହାତି ଭାବେ ବେଶ୍ ଚିନ୍ତା ଜନକ।