ସାକ୍ଷୀଗୋପାଳ ୨୨।୦୭ :  ଚନ୍ଦନ ପୋଖରୀରେ ଭାସୁଛି ଶହ ଶହ ମାଛ ମଡ଼କ । ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଥିବା ଠାକୁର ସୀକ୍ଷାଗୋପାଳଙ୍କ ଚନ୍ଦନ ପୁଷ୍କରିଣୀରେ ଭାସୁଛି ଶହ ଶହ ମାଛ ମଡ଼କ । ସ୍ଥାନୀୟ ଅଞ୍ଚଳରେ ମାଛ ମଡ଼କକୁ ନେଇ ଅସନ୍ତୋଷ ଦେଖାଦେଇଛି ।

ଖବର ଅନୁଯାୟୀ, ସାକ୍ଷୀଗୋପାଳଙ୍କ ଚନ୍ଦନ ପୁଷ୍କରିଣୀରେ ବିଭିନ୍ନ ଡ୍ରେନରୁ ଦୂଷିତ ପାଣି ଆସୁଛି । ଯାହାଫଳରେ ପୋଖରୀର ଜଳ ଦୂଷିତ ହେଉଛି ।ଏହାସହ ଶହ ଶହ ମାଛ ମରି ଭାସୁଛନ୍ତି  ଏବଂ ଦୁର୍ଗନ୍ଧ ପୂରା ଅଞ୍ଚଳ ଫାଟିପଡୁଛି । ବୁଧବାର ସକାଳୁ ସକାଳୁ ଏଭଳି ଦୃଶ୍ୟ ଦେଖିବାଜୁ ମିଳିଛି ।

Also Read:-ଷ୍ଟୁଡିଓ ଛକରେ ଆତଙ୍କ: ନକଲି କିନ୍ନରଙ୍କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନିକ ସ୍ଥରରେ ଦୃଷ୍ଟି ନଦେବାରୁ ଏଭଳି ହୋଇଛି । ଏହା ପର୍ଯ୍ୟଟନସ୍ଥଳ ହୋଇଥିବାରୁ ଏଠାକୁ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ଆସୁଛନ୍ତି ।  ମନ୍ଦିର ପୁଷ୍କରିଣୀର ଦୂଷିତ ଜଳ ଓ ମାଛ ମଡ଼କକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି |