ବେଙ୍ଗାଲୁରୁ: ଇଣ୍ଡିଆନ୍ ପ୍ରିମିୟର ଲିଗ(IPL 2026)ର ୧୯ତମ ସିଜିନର ୩୪ତମ ଲିଗ୍ ମ୍ୟାଚ୍ ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ, RCB ଦଳର ଅଧିନାୟକ ରଜତ ପାଟିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୫ ରନ୍ ସଂଗ୍ରହ କରିଛି । ଡିଫେଣ୍ଡିଂ ଚାମ୍ପିଅନକୁ ୨୦୬ ରନ୍ ଟାର୍ଗେଟ ଦେଇଛି ଗୁଜରାଟ ।

ସାଇ ସୁଦର୍ଶନ ଏବଂ ଶୁଭମନ ଗିଲଙ୍କ ଓପନିଂ ଯୋଡ଼ି ପ୍ରଥମ ୱିକେଟ୍ ପାଇଁ ୧୨୮ ରନର ଭାଗୀଦାରି କରି ଗୁଜରାଟ ଟାଇଟାନ୍ସକୁ ଏକ ଦୃଢ଼ ଆରମ୍ଭ ଦେଇଥିଲା। ଗିଲ୍ ୩୨ ରନ କରିବା ପରେ ପ୍ୟାଭିଲିୟନ ଫେରିଥିଲେ। ଏହି ସମୟରେ, ସୁଦର୍ଶନଙ୍କ ୫୮ ବଲରୁ ୧୦୦ ରନର ଚମତ୍କାର ଶତକ ଦେଖିବାକୁ ମିଳିଥିଲା। RCB ପାଇଁ ଭୁବନେଶ୍ୱର କୁମାର, ସୁୟାଶ ଶର୍ମା ଏବଂ ଜୋଶ ହାଜେଲଉଡ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ରେକର୍ଡ କଲେ ସୁଦର୍ଶନ

ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସର ଓପନିଂ ବ୍ୟାଟର ସାଇ ସୁଦର୍ଶନ ଏହି ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ IPL ରେ ତାଙ୍କର ୨୦୦୦ ରନ ପୂରଣ କରିଥିଲେ। ଏହା ସହିତ, ସେ ଇନିଂସ ଆଧାରରେ IPL ରେ ୨୦୦୦ ରନ୍ ପୂରଣ କରିବାରେ ଦ୍ରୁତତମ ଖେଳାଳି ହୋଇଯାଇଛନ୍ତି। ସେ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏହା ତାଙ୍କ IPL କ୍ୟାରିୟରର ତୃତୀୟ ଶତକ।

Also Read: IPL ୨୦୨୬: ଗ୍ୟାଙ୍ଗଓ୍ୱର ଭିତରେ କଟିଛି ପିଲାଦିନ, କିନ୍ତୁ କ୍ରିକେଟ ପାଇଁ ବଦଳିଗଲା ସବୁକିଛି

ଦ୍ରୁତତମ ୨୦୦୦ ରନ ପୂରଣ କରିଥିବା ବ୍ୟାଟର

୪୭ - ସାଇ ସୁଦର୍ଶନ*

୪୮ - କ୍ରିସ୍ ଗେଲ୍

୫୨ - ଶନ୍ ମାର୍ଶ

୫୭ - ଋତୁରାଜ ଗାୟକ୍ବାଡ

୬୦- କେଏଲ ରାହୁଲ