କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ତୃଣ ମୂଳ କଂଗ୍ରେସ (ଟିଏମସି) ବିଧାୟକଙ୍କ ବିଦ୍ରୋହୀ ଗୋଷ୍ଠୀ କୋଲକାତା ମେଟ୍ରୋପାଲିଟନ ବିଲ୍ଡିଂରେ ଥିବା ପାର୍ଟିର ରାଜ୍ୟ ମୁଖ୍ୟାଳୟକୁ ଅଧିକାରୀକ ଭାବେ ହାତେଇ ନେଇଛନ୍ତି। ବିଧାୟକଙ୍କ ଏହି ବିଦ୍ରୋହୀ ଗଷ୍ଠୀର ନେତୃତ୍ୱ ନିଷ୍କାସିତ ବିଧାୟକ ଋତବ୍ରତ ବାନାର୍ଜୀ ନେଉଛନ୍ତି। ଏହି ପଦକ୍ଷେପ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ବିଲ୍ଜିଂ ମାଲିକଙ୍କ ସହ ହୋଇଥିବା ଭଡ଼ା ବୁଝାମଣା ସମାପ୍ତ ନିଷ୍ପତ୍ତି ବାଦ ନିଆଯାଇଛି।

ବିଦ୍ରୋହୀ ଗୋଷ୍ଠୀ ବିଲ୍ଡିଂ ମାଲିକଙ୍କ ସହ ୨୦୨୭ ପର୍ଯ୍ୟନ୍ତ ବୈଧ ଏକ ବୁଝାମଣା କରିଛନ୍ତି। ଏଣୁ ଏହି କାର୍ଯ୍ୟାଳୟରୁ ଟିଏମସି ବିଦ୍ରୋହୀ ଗୋଷ୍ଠୀଙ୍କ କାର୍ଯ୍ୟରେ ସୃଷ୍ଟି ହେଉଥିବା ବାଧା ଦୂର ହୋଇଯାଇଛି। ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣ ମୂଳ କଂଗ୍ରେସର ପରାଜୟ ପରେ ପାର୍ଟି ୨ ଗୋଷ୍ଠୀରେ ବିଭାଜିତ ହୋଇଛି। ଏଥିରେ ଗୋଟିଏ ଗୋଷ୍ଟୀର ନେତୃତ୍ୱ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ନେଉଥିବା ବେଳେ ବିଦ୍ରୋହୀ ଗୋଷ୍ଠୀ ଋତବ୍ରତ ବାନାର୍ଜୀଙ୍କ ଦ୍ୱାରା ପରିଚାଳିତ ହେଉଛି।

ଏହା ପୂର୍ବରୁ ଗତ ମାସରେ ମାଟ୍ରୋପାଲିଟନ ବିଲ୍ଡିଂରେ ଥିବା ପାର୍ଟି ମୁଖ୍ୟାଳୟ ଉପରେ ନିୟନ୍ତ୍ରଣକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏଥିରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଘର ମାଲିକଙ୍କ ସହ ହୋଇଥିବା ବୁଝାମଣାକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହି ଗୋଷ୍ଠୀ ଏବେ ଦକ୍ଷିଣ କୋଲକାତାର କାଲିଘାଟସ୍ଥିତ ମମତା ବାନାର୍ଜୀଙ୍କ ବାସଭବନରୁ ନିଜର କାମ ତୁଲାଉଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ମେଟ୍ରୋପାଲିଟନ ବିଲ୍ଡିଂ କାର୍ଯ୍ୟାଳୟ ଛାଡିବାମାତ୍ରେ ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ ମାଲିକଙ୍କ ସହ ୨୦୨୭ ପର୍ଯ୍ୟନ୍ତ ରାଜିନାମା କରାଇ ନେଇଛନ୍ତି। ଏଣୁ ପୁରୁଣା କାର୍ଯ୍ୟାଳୟରୁ କାମ କରିବାର ରାସ୍ତା ଏବେ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ଖୋଲି ଯାଇଛି। ଋତବ୍ରତ ବାନାର୍ଜୀ ଏବେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ମମତାଙ୍କ ବିଦ୍ରୋହୀ ଗୋଷ୍ଠୀ ବିଧାୟକ ନିୟମିତ ରୂପେ ପାର୍ଟି କାର୍ଯ୍ୟାଳୟକୁ ଆସିବେ ଓ ସେହିଠାରୁ ପାର୍ଟିର ସଙ୍ଗଠନାତ୍ମକ ଗତିବିଦ୍ଧି ସଞ୍ଚାଳିତ କରିବେ। କୁହାଯାଉଛି ଏଥି ପାଇଁ ଏକ ରୋଷ୍ଟର ତିଆରି କରାଯିବ ଓ ସେହି ଅନୁସାରେ ଗୋଷ୍ଠୀର ବିଧାୟକ ଓ ନେତା ପ୍ରତିଦିନ ଏହି ଭବନସ୍ଥିତ କାର୍ଯ୍ୟାଳୟକୁ ଆସିବେ ଓ ନିଜନିଜର କାମ କରିବେ। ନୂଆ ଗୋଷ୍ଠୀର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଗାମୀ ୨ ଦିନରେ ନିର୍ଦ୍ଧାରିତ କରାଯିବ ବୋଲି ଗୋଷ୍ଠୀ ପକ୍ଷରୁ କୁହାଯାଇଛି।