ନୂଆଦିଲ୍ଲୀ: ନିକଟରେ ୟୁଟ୍ୟୁବର ଧ୍ରୁବ ରାଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ଟ୍ବିଟ୍ କରିଥିଲେ । ଟ୍ବିଟରେ ପିଏମ ମୋଦୀଙ୍କ ନରଓ୍ବେ ଗସ୍ତକୁ ନେଇ ପୋଷ୍ଟ ସେୟାର କରାଯାଇଥିଲା । ୟୁଟ୍ୟୁବର କହିଥିଲେ, "ପିଏମ୍‌ ମୋଦୀଙ୍କୁ ସବୁଠି ଅପମାନିତ କରାଯିବା ଦରକାର ।" ଧ୍ରୁବ ରାଠୀଙ୍କ ଏହି ପୋଷ୍ଟକୁ ସୋସିଆଲ ମିଡିଆ ୟୁଜର୍ସଙ୍କ ସମେତ ଅନେକ ସେଲିବ୍ରିଟି ବିରୋଧ କରିଛନ୍ତି। ଏହି କ୍ରମରେ ଅନୁପମା ଆକ୍ଟ୍ରେସ ରୁପାଲ ଗାଙ୍ଗୁଲୀ ମଧ୍ୟ ପୋଷ୍ଟ ସେୟାର କରି ଧୁବ୍ର ରାଠୀଙ୍କ ଏହି ପୋଷ୍ଟର କଡ଼ା ଜବାବ ଦେଇଛନ୍ତି।

ରୁପାଲୀ ଗାଙ୍ଗୁଲୀ ଲେଖିଛନ୍ତି ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନ ଭଳି ଶବ୍ଦ ଶୁଣିବା ଖୁବ୍ ହାସ୍ୟାସ୍ପଦ। ଦୁନିଆରେ ଅନେକ ଦେଶ ପିଏମ ମୋଦୀଙ୍କୁ ନିଜ ଦେଶର ସବୁଠୁ ବଡ଼ ନାଗରିକ ସମ୍ମାନରେ ସମ୍ମାନିତ କରୁଛନ୍ତି। ଦେଶର ପିଏମ ଦୁନିଆର ସବୁଠୁ ଅଧିକ ସମ୍ମାନିତ ନେତାଙ୍କ ମଧ୍ୟରୁ ଜଣେ। ଦୀର୍ଘ ୨୫ ବର୍ଷ ଧରି ଲୋକେ ତାଙ୍କୁ ହିଁ ନିଜ ନେତା ବାଛୁଛନ୍ତି। ଲକ୍ଷ ଲକ୍ଷ ଲୋକ ତାଙ୍କୁ ପସନ୍ଦ କରୁଛନ୍ତି ଏବଂ ତାଙ୍କର ପ୍ରଶଂସା କରୁଛନ୍ତି। ତାଙ୍କ ଉପରେ ଭରସା ମଧ୍ୟ କରୁଛନ୍ତି, ଯାହାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ। ରୁପାଲୀ ଆହୁରି ମଧ୍ୟ ଧୁବ୍ର ରାଠୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଭାରତର ବିକାଶ ଆମ ଉପରେ ଛାଡ଼ି ଦିଅନ୍ତୁ। ବିଦେଶରେ ବସି ଭାରତର ବାସ୍ତବିକତା ବିଷୟରେ ଅନଭିଜ୍ଞ ଥିବା କୌଣସି ୟୁଟ୍ୟୁବରର ଆବଶ୍ୟକତା ନାହିଁ।

Also Read: ଦିଲ୍ଲୀରେ ଲାଇଭ୍ କାର୍ଯ୍ୟକ୍ରମରେ ରୁବିଓଙ୍କୁ ଭିଡିଓ କଲ୍ କଲେ Trump, କହିଲେ- ‘ମୁଁ ମୋଦୀଙ୍କ ବଡ଼ ଫ୍ୟାନ୍’

ସୂଚନାଥାଉକି, ଧୁବ୍ର ରାଠୀଙ୍କ ଟ୍ବିଟ ପିଏମ ମୋଦୀଙ୍କ ନରଓ୍ବେ ଗସ୍ତ ସମୟରେ ଏକ ଗଣମାଧ୍ୟମ ସମ୍ମିଳନୀ ସହ ଜଡ଼ିତ ଥିଲା। ପ୍ରକୃତ​ରେ, ଏହି ସମୟରେ ଜଣେ ବିଦେଶୀ ସାମ୍ବାଦିକା ପିଏମ ମୋଦୀଙ୍କୁ ପ୍ରଶ୍ନ ପଚାରିଥିଲେ। ହେଲେ ପିଏମ ମୋଦୀ ଏହାର ଜବାବ ନଦେଇ ସେଠାରୁ ଚାଲିଯାଇଥିଲେ। ଏହା ପରେ ଧୁବ୍ର ରାଠୀ ଟ୍ବିଟରେ ପିଏମ ମୋଦୀଙ୍କୁ ସମାଲୋଚନା କରିଥିଲେ।