ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି। ରବିବାର ସେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନଲାଇନ୍ ଭିଡିଓ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ନିଜକୁ ତାଙ୍କର ‘ବଡ଼ ପ୍ରଶଂସକ’ ବୋଲି କହିଥିଲେ। ସେ ଏହା ମଧ୍ୟ କହିଥିଲେ, ‘ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ପାଏ।’

ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଟ୍ରମ୍ପଙ୍କ ଭିଡିଓ କଲ୍ ଶୁଣାଇଥିଲେ। କଲ୍ ସମୟରେ ଟ୍ରମ୍ପ କହିଥିଲେ, ‘ମୁଁ ଜାଣିଛି ଆପଣ ସେଠାରେ ଅଛନ୍ତି ଏବଂ ମୁଁ ଆଶା କରୁଛି ଯେ, ଆପଣ ଭାଷଣ ଦେଉଛନ୍ତି। ସର୍ଗିଓ, ଆପଣଙ୍କୁ ଆମ ଦେଶକୁ ପ୍ରତିନିଧିତ୍ୱ କରିବାକୁ ପଡିବ। କିନ୍ତୁ ମୁଁ ସମସ୍ତଙ୍କୁ ନମସ୍କାର କରିବାକୁ ଚାହୁଁଛି।’

#WATCH | Delhi | US President Donald Trump says, "...India can count on me 100%. If they ever need help, they know where to call. They call right here. We're doing well. We're setting records. We have a record economy, a record stock market and anything India wants to get. I am a… pic.twitter.com/EhbgguUiTm