BJP Bengal Manifesto: ପଶ୍ଚିମବଙ୍ଗ ପାଇଁ ନିର୍ବାଚନ ଇସ୍ତାହାର ଘୋଷଣା କଲା ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି। ଏଥିରେ ମହିଳାମାନଙ୍କୁ ମାସିକ ୩,୦୦୦ ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରାଯାଇଛି। ଦଳ କ୍ଷମତାକୁ ଆସିଲେ ମାତ୍ର ୬ ମାସ ମଧ୍ୟରେ ୟୁନିଫର୍ମ ସିଭିଲ କୋଡ୍ (UCC) ଲାଗୁ କରିବାର ବିଜେପି ପ୍ରତିଶ୍ରୁତି ଦେଇଛି।

କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅମିତ ଶାହ ନିର୍ବାଚନ ଇସ୍ତାହାରକୁ ସଂକଳ୍ପ ପତ୍ର ବୋଲି ଅଭିହିତ କରିବା ସହିତ ମମତା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସଂକଳ୍ପ ପତ୍ରର ଉନ୍ମୋଚନ କରି ଶାହ କହିଛନ୍ତି ଯେ ଏହି ଡକ୍ୟୁମେଣ୍ଟରେ ବେଙ୍ଗଲର ପ୍ରତ୍ୟେକ ବର୍ଗଙ୍କ ପାଇଁ ପ୍ରତିବଦ୍ଧତା ରହିଛି। ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଗତ ୧୫ ବର୍ଷର ଶାସନକୁ "ଡାର୍କ ପିରିୟଡ" ବୋଲି କହି କହିଛନ୍ତି। ଲୋକମାନେ ଏବେ ଏଥିରେ ଭୟଭୀତ ଅନୁଭବ କରୁଛନ୍ତି ଏବଂ ପରିବର୍ତ୍ତନ ଖୋଜୁଛନ୍ତି ବୋଲି ଶାହ କହିଛନ୍ତି।

ବଙ୍ଗର ସାଂସ୍କୃତିକ ଐତିହ୍ୟକୁ ଆହ୍ୱାନ କରି ଶାହ କହିଛନ୍ତି ଯେ ବିଜେପିର ଘୋଷଣାପତ୍ର "ଚିତ୍ତୋ ଯେଖାନେ ଭୋଇ ଶୂନ୍ୟୋ" ଦ୍ୱାରା ଅନୁପ୍ରାଣିତ ହୋଇଛି। ଏହା ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରସିଦ୍ଧ କବିତା "ହୋୟାର ଦ ମାଇଣ୍ଡ ଇଜ୍ ୱିଦାଉଟ୍ ଫିୟର"ର ବଙ୍ଗଳା ପ୍ରତିରୂପ ବୋଲି ଶାହ ଦର୍ଶାଇଛନ୍ତି।

Also Read- Kunal Kamra vs Eknath Shinde​​​​​​​: ମୁଁ ଭୁଲ କରି ନାହିଁ, ଏକନାଥ ସିନ୍ଦେଙ୍କୁ ଆଦୌ କ୍ଷମା ମାଗିବି ନାହିଁ: କୁନାଲ କାମ୍ରା

ବିଜେପିର ଇସ୍ତାହାରରେ ଅବୈଧ ଅନୁପ୍ରବେଶ ଏବଂ ଗୋ ଚାଲାଣ ବିରୋଧରେ ଏକ କଠୋର ନୀତି ଆଣିବା ସହ ଏ ଦିଗରେ "ଶୂନ୍ୟ ସହନଶୀଳତା" ନୀତି ଆପଣାଯିବ ବୋଲି ଘୋଷଣା କରାଯାଇଛି। ତା' ଛଡ଼ା ଏକାଧିକ ବିଜେପି ଶାସିତ ରାଜ୍ୟ ୟୁସିସି ଲାଗୁ କରି ସାରିଲେଣି। ହେଲେ ବେଙ୍ଗଲରେ ଏହା ଲାଗୁ ହୋଇ ନାହିଁ। ବିଜେପି କ୍ଷମାତକୁ ଆସିଲେ ଏହା ଲାଗୁ ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।

ଯଦି ବିଜେପି ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନରେ ​​ବିଜୟୀ ହୁଏ, ତେବେ ସମସ୍ତ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ସୁନିଶ୍ଚିତ କରାଯିବ। ଏବଂ ଦଳର ଅନ୍ୟାନ୍ୟ ପ୍ରମୁଖ ପ୍ରତିଶ୍ରୁତି ମଧ୍ୟରେ, ସରକାର ଗଠନ କରିବାର ୪୫ ଦିନ ମଧ୍ୟରେ ସପ୍ତମ ବେତନ କମିଶନ ଲାଗୁ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।

ତା’ ଛଡ଼ା ପ୍ରତି ମାସରେ ୧ ତାରିଖ କିମ୍ବା ୫ କିମ୍ବା ତାରିଖ ମହିଳାଙ୍କ ଖାତାକୁ ସିଧାସଳକ ୩ ହଜାର ପଠାଯିବ। ଏବଂ ଆୟୁଷ୍ମାନ ଭାରତ ସମେତ ସମସ୍ତ ବିଜେପି ଯୋଜନା ରାଜ୍ୟରେ ଲାଗୁ କରାଯିବ। ରାଜ୍ୟର ସମସ୍ତ ରାଜନୈତିକ ହିଂସା ଘଟଣାର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରାଯିବ ବୋଲି ଶାହ ଘୋଷଣା କରିଛନ୍ତି।  

ସୂଚନା ଥାଉକି ପଶ୍ଚିମବଙ୍ଗରେ ୨୩ ଏବଂ ୨୯ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି। ମୋଟ ୨୯୪ଟି ଆସନ ପାଇଁ ୭ କୋଟିରୁ ଅଧିକ ଜନତା ମତଦାନ କରିବେ। ସରକାର ଗଠନ କରିବା ପାଇଁ ଯେକୌଣସି ଦଳକୁ ଅତିକମରେ ୧୪୮ଟି ଆସନରେ ବିଜୟ ହାସଲ କରିବାକୁ ପଡ଼ିବ।