ବରଗଡ଼ ୦୯।୧୧ : ଡେବ୍ରିଗଡ଼ ଜଙ୍ଗଲରେ ପୁଣି ମହାବଳର ଗର୍ଜନ ! ଦୀର୍ଘ ଦିନର ବ୍ୟବଧାନ ପରେ ଅଭୟାରଣ୍ୟରେ ରୟାଲ ବେଙ୍ଗଲ ଟାଇଗରର ଉପସ୍ଥିତିକୁ ନେଇ ବଢ଼ିଛି ଚର୍ଚ୍ଚା । ଡେବ୍ରିଗଡ଼ ଅଭୟାରଣ୍ୟର ପାଟ୍ରୋଲିଂ କରୁଥିବା କର୍ମଚାରୀମାନେ ବାଘଟିକୁ ଦେଖିବା ସହ ନିଜ କ୍ୟାମେରାରେ ଏହାର ଫଟୋ କଏଦ କରିଛନ୍ତି ।

ପ୍ରାଥମିକ ଅନୁମାନ ଅନୁସାରେ, ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଦେଚୁଆଁ-ଲଖନପୁର ଜଙ୍ଗଲ ପଟୁ ଏହି ମହାବଳ ଡେବ୍ରିଗଡ଼କୁ ଆସିଥାଇପାରେ । ତେବେ ବାଘଟିର ପ୍ରକୃତ ଉତ୍ପତ୍ତି ଓ ପରିଚୟ ଏବେ ବି ସ୍ପଷ୍ଟ ହୋଇନାହିଁ ।  ଏହି ମହାବଳର ବୟସ, ଲିଙ୍ଗ ଏବଂ ଏହା କେଉଁ ଅଞ୍ଚଳରୁ ଆସିଛି, ତାହା ଜାଣିବା ପାଇଁ ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି ବା NTCAର ସହାୟତା ନିଆଯାଉଛି । ଏଥିପାଇଁ ବାଘର ଫଟୋ ମଧ୍ୟ ପଠାଯାଇଛି ।

Also Read:-କାବ୍ୟା-ଅନିରୁଦ୍ଧଙ୍କ ବିବାହ କାର୍ଯ୍ୟ ଆରମ୍ଭ; VVIP ଅତିଥି ଗଲେ ଗ୍ରୀସ୍, ପରିବାର ସହିତ ନଜର ଆସିଲେ ରଜନୀକାନ୍ତ-ଏମକେ ଷ୍ଟାଲିନ୍

ଅନ୍ୟପଟେ ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ନିରୀକ୍ଷଣକୁ ଅଧିକ କଡ଼ାକଡ଼ି କରାଯାଇଛି । ଏଥିପାଇଁ ୧୦୦ଟି କ୍ୟାମେରା ଓ ୨୭ଟି ଟିମ୍ ମୁତୟନ ହୋଇଛନ୍ତି । ଏହା ପୂର୍ବରୁ ୨୦୨୪-୨୫ ମସିହାରେ ଶେଷ ଥର ପାଇଁ ଡେବ୍ରିଗଡ଼ରେ ମହାବଳ ବାଘ ଦେଖାଯାଇଥିଲା । ତେଣୁ ପୁଣିଥରେ ମହାବଳର ଉପସ୍ଥିତି ଅଭୟାରଣ୍ୟର ଜୈବ ବିବିଧତା ଓ ବନ୍ୟଜନ୍ତୁ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି ।