ପୁରୀ ୨୧।୦୪ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିନିକିଆ ରାଉରକେଲା ଆସୁଛନ୍ତି । ରାଷ୍ଟ୍ରପତି ସକାଳ ୮ଟାରେ ରାଷ୍ଟ୍ରପତି ଭବନରୁ ବାହାରି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ ବିମାନରେ ଆସି ୧୦ଟା ୨୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ବାୟୁସେନାର ହେଲିକପ୍ଟରରେ ରାଉରକେଲା ବିମାନ ବନ୍ଦରରେ ୧୧ଟା ୧୦ରେ ପହଞ୍ଚିବେ। ବିମାନ ବନ୍ଦରରୁ ସିଧାସଳଖ ସେକ୍ଟର-୧୩ ପଡ଼ିଆରେ ଆୟୋଜିତ ସମାବେଶ ସ୍ଥଳକୁ ଯିବେ। ସାଢ଼େ ୧୧ଟା ସୁଦ୍ଧା ସେଠାରେ ପହଞ୍ଚି ଜନସାଧାରଣଙ୍କୁ ଉଦବୋଧନ ଦେବେ । ସକାଳ ୧୧ଟା ୪୦ରୁ ମଧ୍ୟାହ୍ନ ୧୨ଟା ୪୦ ପର୍ଯ୍ୟନ୍ତ ସଭା ସ୍ଥଳରେ ଉପସ୍ଥିତ ରହିବେ। ଆଇସିସିସି ବିଲଡିଂ, ସାଇନ୍ସ ପାର୍କ ଆଣ୍ଡ ପ୍ଲାନେଟାରିୟମ୍ ଉଦ୍ ଘାଟନ କରିବେ ।

ସେହିପରି ମଧ୍ୟାହ୍ନ ୧୨ଟା ୪୦ରେ ସଭାସ୍ଥଳରୁ ବାହାରି ୧୨ଟା ୫୫ରେ ରାଉରକେଲା ୱାନ୍ ପରିସରକୁ ଆସି ଜନଜାତି ସଂଗ୍ରହାଳୟ ଉଦ୍ ଘାଟନ କରିବେ । ସେଠାରୁ ୧ଟା ୨୫ରେ ବାହାରି ସର୍କିଟ୍ ହାଉସ୍ ଯିବେ । ମଧ୍ୟାହ୍ନ ଭୋଜନ ପରେ ରାଷ୍ଟ୍ରପତି ଅପରାହ୍ନ ସାଢ଼େ ୩ଟାରୁ ପ୍ରାୟ ୧୦ ମିନିଟ୍ ସୀମିତ ସଂଖ୍ୟକ ପ୍ରତିନିଧିଙ୍କ ସହ ଆଲୋଚନା କରିବେ।

Also Read:-ଆହୁରି ୫ ଦିନ ତତେଇବ ଖରା, ୪୫ ଡିଗ୍ରୀ ଛୁଇଁବ ପାରଦ !

ରାଷ୍ଟ୍ରପତୀ ଦ୍ରୈାପଦୀ ମୁର୍ମୁଙ୍କ ଏହା ପ୍ରଥମ ରାଉରକେଲା ଗସ୍ତ ଯୋଗୁ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ହରିବାବୁ କମ୍ବମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରମା ଯୋଗଦେଉଥିବା ବେଳେ ରାଜ୍ୟ ସଭା ସାଂସଦ ଦିଲ୍ଲୀପ ରାୟ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଉରକେଲାରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତରେ ସାମିଲ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ପାଖାପାଖି ୧୦ହଜାର ଛାତ୍ରଛାତ୍ରୀ । ୨୫ ଶହ ଛାତ୍ର ଛାତ୍ରୀ ଓଡ଼ିଶୀ, ସମ୍ବଲପୁରୀ, ସାନ୍ତାଳୀ ସହ କରମା ନୃତ୍ୟରେ କରିବେ ଭବ୍ୟ ସ୍ୱାଗତ କରିବେ ।