ବୌଦ୍ଧ ୪।୭: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ଖସିପଡିଲା ଛାତ ସିଲିଂ । ଅଳ୍ପକେ ବର୍ତ୍ତିଲେ ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକ । ବୌଦ୍ଧ ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ

ମୌସୁମୀଜନିତ ଲଗାଣ ବର୍ଷା ଯୋଗୁଁ ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନିର୍ଦ୍ଦେଶକଙ୍କ କୋଠରୀର ସିଲିଂ ଖସିଯାଇଛି । ସୌଭାଗ୍ୟବଶତଃ ସିଲିଂ ଖସିବା ବେଳକୁ ସେହି ସ୍ଥାନରୁ ଉଠି ଆସିଥିଲେ ବୟନଶିଳ୍ପ ନିର୍ଦ୍ଦେଶକ । ଯାହା ଫଳରେ ସେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Also Read:- ଧସିଲା ୫୦ଫୁଟର ପିଚୁ ରାସ୍ତା, ଜଳସମ୍ପଦ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦୋଷ ଲଦାଲଦି

ଦୀର୍ଘ ୩ ଦିନ ହେଲା ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଛାତରୁ ପାଣି ଗଳୁଥିଲା । ଛାତରୁ ପାଣି ଗଳିବା ଯୋଗୁଁ ଶନିବାର ନିର୍ଦ୍ଦେଶକଙ୍କ କୋଠରୀର ସିଲିଂ ହଠାତ୍ ତଳକୁ ପଡ଼ିଯାଇଥିଲା । ଯାହା ଫଳରେ ସିଲିଂ ଅଧିକାରୀଙ୍କ ଟେବୁଲ୍ ଉପରେ ପଡ଼ିଥିଲା । ତେବେ ଦୁର୍ବଳ ଛାତ ଥିବାବେଳେ ଛାତକୁ ଖୁବ୍‌ଶୀଘ୍ର ମରାମତି କରାନଗଲେ ଆଗାମୀ ଦିନରେ ବର୍ଷା ବଢ଼ିଲେ ଏ କାର୍ଯ୍ୟାଳୟ ପ୍ରତି ବଡ ବିପଦ ସୃଷ୍ଟି କରିବା ଆଶଙ୍କା କରାଯାଉଛି ।