ନୂଆଦିଲ୍ଲୀ, ୧୨|୦୨: ହିଟମ୍ୟାନ୍ ରୋହିତ ଶର୍ମା । ଭାରତୀୟ ଦଳର ପୂର୍ବତନ ଅଧିନାୟକ । ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟରେ ସବୁଠୁ ଅଧିକ ଛକା ଲଗାଇଥିବା ବ୍ୟାଟର ରୋହିତ । ଏବେ ସେ ଟେଷ୍ଟ୍ ଏବଂ ଟି୨୦ ଫର୍ମାଟରୁ ନେଇସାରିଛନ୍ତି ଅବସର । ଖେଳୁଛନ୍ତି କେବଳ ଦିନିକିଆ କ୍ରିକେଟ୍ । ତେବେ ୨୦୨୭ ବିଶ୍ୱକପ ପାଇଁ ସେ ଲକ୍ଷ୍ୟ ରଖିଥିବା କୁହାଯାଉଛି । ୨୦୨୩ରେ ଫାଇନାଲରେ ଭାରତ ଏଣ୍ଟ୍ରି କରିଥିଲେ ବି ଚାମ୍ପିଅନ ହୋଇପାରିନଥିଲା । ତେଣୁ ୨୦୨୭ରେ ରୋହିତ ଦଳକୁ ଟ୍ରଫି ଜିତାଇବେ ବୋଲି ଫ୍ୟାନ୍ସ ଆଶା କରୁଛନ୍ତି । ଏନେଇ ଅନେକ ଖବର ମଧ୍ୟ ଆସୁଛି ।

​​​​​​​ଏହି ଖବରଟି ପଢନ୍ତୁ...  ତୁର୍କୀ ପାର୍ଲିଆମେଣ୍ଟରେ ବାଡିଆ ପିଟା, ପରସ୍ପରକୁ ମୁଥ ମରାମରି ହେଲେ ସାଂସଦ...ଦେଖନ୍ତୁ ଭିଡିଓ

ଦେଖିବାକୁ ଗଲେ ୨୦୨୭ରେ ରୋହିତ ୪୦ ବର୍ଷର ହୋଇଯିବେ । ସେ ବିଶ୍ୱକପ୍ ଖେଳିବେ ନା ନାହିଁ ସେନେଇ ଅନେକ ସସପେନ୍ସ ଲାଗି ରହିଛି । ଏହାରି ଭିତରେ ସାମ୍ନାକୁ ଆସିଛି ରୋହିତଙ୍କ ପ୍ରତିକ୍ରିୟା । ଏକ ଆଇସିସି ଇଭେଣ୍ଟରେ ନିଜର ଭବିଷ୍ୟତ ଏବଂ ବିଶ୍ୱକପ୍ ଖେଳିବା ଯୋଜନା ନେଇ ସେ ଅନେକ କଥା କହିଛନ୍ତି । ବିଶ୍ୱକପ୍ ଜିତିବା ତାଙ୍କର ଲକ୍ଷ୍ୟ । ଏଥିପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ଥିବା ରୋହିତ ପ୍ରକାଶ କରିଛନ୍ତି ।

ଆଇସିସିର ଏକ କାର୍ଯ୍ୟକ୍ରମରେ ହିଟ୍ ମ୍ୟାନ୍ କହିଛନ୍ତି ଯେ, ସେ ଦେଶ ପାଇଁ ବିଶ୍ୱକପ୍ ଜିତିବାକୁ ଚାହାଁନ୍ତି । ନିଜ ଟିମ୍ ସହ ଟ୍ରଫି ଉଠାଇବା ତାଙ୍କର ଲକ୍ଷ୍ୟ ରହିଛି । ଏଥିପାଇଁ ସେ ଲଗାତାର ପ୍ରୟାସ କରୁଛନ୍ତି । ଦିନିକିଆ ବିଶ୍ୱକପ ଦେଖି ସେ ଛୋଟରୁ ବଡ ହୋଇଛନ୍ତି । ସେତେବଳେ ଆଇପିଏଲ କିମ୍ବା ଟି୨୦ ବିଶ୍ୱକପ୍ ନଥିଲା । ଯାହା ଚାରି ବର୍ଷରେ ଥରେ ହେଉଥିଲା । ତେଣୁ ସେ ଖୁବ୍ ଉତ୍ସାହିତ ରହୁଥିଲେ ।

ସେ ଆହୁରି କହିଛନ୍ତି ଯେ, ସେ ବିଶ୍ୱକପ୍ ଟ୍ରଫି ଚାହାଁନ୍ତି । ତେଣୁ ୨୦୨୭ ବିଶ୍ୱକପ୍ ପାଇଁ ସେ ସମସ୍ତ ପ୍ରୟାସ କରିବେ । ଅଧିକ ପରିଶ୍ରମ କରି ଫିଟ୍ ରହିବାକୁ ଚେଷ୍ଟା କରିବେ ।

ସୂଚନାଯୋଗ୍ୟ, ୩୮ ବର୍ଷୀୟ ରୋହିତଙ୍କ ନେତୃତ୍ୱରେ ଭାରତ ଆଇସିସି ଟି୨୦ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଛି । ନିକଟରେ ସେ ଏବଂ ବିରାଟ କୋହଲିଙ୍କ ବିସିସିଆଇ କଣ୍ଟ୍ରାକ୍ଟ ଲିଷ୍ଟରେ ଡିମୋସନ ହୋଇଥିଲା । ଉଭୟ କେବଳ ଦିନିକିଆ କ୍ରିକେଟ୍ ଖେଳୁଥିବାରୁ ସେମାନଙ୍କୁ ଗ୍ରୁପ୍ ବିରେ ବିସିସିଆଇ ରଖିଛି । ପୂର୍ବରୁ ଉଭୟ ଏ ପ୍ଲସ୍ ରେ ଥିଲେ ।