ନୂଆଦିଲ୍ଲୀ: ତିନିବର୍ଷ କାର୍ଯ୍ୟକାଳ ଲାଗି ରୋହିତ ଜୈନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ନିଯୁକ୍ତ କରାଯାଇଛି। ଜୈନ ଟି.ରବିଶଙ୍କରଙ୍କ ସ୍ଥାନ ନେଇଛନ୍ତି ଯାହାଙ୍କ ସମ୍ପ୍ରସାରିତ କାର୍ଯ୍ୟକାଳ ୨ ମେ ଶନିବାର ସମାପ୍ତ ହୋଇଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କ୍ୟାବିନେଟ୍ ଆପଏଣ୍ଟମେଣ୍ଟ କମିଟି ୩ ମେ ବା ତା ପରଠାରୁ ରୋହିତ ଜୈନ ଯେବେ ଦାୟିତ୍ୱଗ୍ରହଣ କରିବେ ସେବେଠାରୁ ସେ ୩ ବର୍ଷ ପଦରେ ସେବା ଲାଗି ମଞ୍ଜୁର କରିଛନ୍ତି।

ଆରବିଆଇଙ୍କ ୪ ଡେପୁଟି ଗଭର୍ଣ୍ଣରଆରବିଆଇ ଅଧିନିୟମ ୧୯୩୪ ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କରେ ୪ ଜଣ ଡେପୁଟି ଗଭର୍ଣ୍ଣର ନିଯୁକ୍ତ ହୁଅନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ପ୍ରମୋସନରେ, ଜଣେ କମର୍ସିଆଲ ବ୍ୟାଙ୍କର ଓ ଅନ୍ୟଜଣକ ଅର୍ଥଶାସ୍ତ୍ରୀ ହୋଇଥିବା ଆବଶ୍ୟକ ଯିଏ ମୁଦ୍ରାନୀତି ବିଭାଗର ନେତୃତ୍ୱ କରନ୍ତି। ଏବେ ଅନ୍ୟ ୩ ଜଣ ଡେପୁଟି ଗଭର୍ଣ୍ଣର ସ୍ୱାମୀନାଥନ ଜେ, ପୁନମ ଗୁପ୍ତା ଓ ଏସ.ସି. ମୁର୍ମୁ ଅଛନ୍ତି। ଟି. ରବିଶଙ୍କରଙ୍କୁ ସପ୍ଟେମ୍ବର ୨୦୨୧ରେ ୩ ବର୍ଷ ଲାଗି ଆରବିଆଇରେ ଗଭର୍ଣ୍ଣର ନିଯୁକ୍ତ କରାଯାଇଥିଲା। ତାଙ୍କୁ ୨୦୨୪ ମସିହାରେ ଓ ପରେ ୨୦୨୫ ମସିହାରେ ଦୁଇ ଥର ନିଯୁକ୍ତି ସମ୍ପ୍ରସାରଣ ଦିଆଯାଇଥିଲା।

ରୋହିତ ଜୈନ ଜଣେ ଅଭିଜ୍ଞ ଅଧିକାରୀଏହା ପୂର୍ବରୁ ରୋହିତ ଜୈନ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଏକଜ୍ୟୁକୁଟିଭ ନିର୍ଦ୍ଦେଶକ ପଦରେ କାର୍ଯ୍ୟରତ ଥିଲେ। ତାଙ୍କ ନିକଟରେ କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ, ବୈଦେଶିକ ମୁଦ୍ରା ପ୍ରବନ୍ଧନ ଓ ଆର୍ଥିକ ସ୍ଥିରତା ଭଳି କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରହିଛି। ତାଙ୍କର ନିଯୁକ୍ତି ଏପରି ସମୟରେ ହୋଇଛି ଯେତେବେଳେ ବୈଶ୍ୱିକ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ସ୍ଥିର ରଖିବା ଓ ମୁଦ୍ରାସ୍ଫୀତି ଉପରେ ନିୟନ୍ତ୍ରଣ ପାଇବା ଆରବିଆଇଙ୍କ ଲାଗି ମୁଖ୍ୟ ପ୍ରାଥମିକତା।