ସୁନ୍ଦରଗଡ଼: ଦିନଦ୍ବିପ୍ରହରରେ ସଶସ୍ତ୍ର ଡକାୟତି । ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍ କଲେ ମୁଖାପିନ୍ଧା ଡକାୟତ । ନେଇଗଲେ ଲକ୍ଷାଧିକ ଟଙ୍କା। ସୋମବାର ସୁନ୍ଦରଗଡ଼ କନ୍ଦାବାହାଲ ଗ୍ରାମୀଣ ବ୍ୟାଙ୍କ ବ୍ରାଞ୍ଚରେ ହୋଇଛି ଏହି ଲୁଟ୍ ।

ସୂଚନା ଅନୁସାରେ, ସୋମବାର ତିନି ଦୁର୍ବୃତ୍ତ ଏକ ବୁଲେଟ୍ ବାଇକ୍ ଯୋଗେ ବ୍ୟାଙ୍କରେ ପହଞ୍ଚିଥିଲେ । ଆଉ ହଠାତ ସେମାନେ ବନ୍ଧୁକ ବାହାର କରି ଡରାଇଥିଲେ ବ୍ୟାଙ୍କ ଗ୍ରାହକ ତଥା କର୍ମଚାରୀଙ୍କୁ ଡରାଇ ଲୁଟିନେଇଛନ୍ତି ନଗଦ ୨ ଲକ୍ଷ ୩୭ ହଜାର ଟଙ୍କା । ଲୁଟ୍ ପରେ ସଙ୍ଗେ ସଙ୍ଗେ ତିନି ଜଣ ଘଟଣାସ୍ଥଳରୁ ଫେରାର ହେବାରେ ମଧ୍ୟ ସଫଳ ହୋଇଥିଲେ । ତେବେ ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Also Read: ମୁହଁରେ ଗାମୁଛା ଗୁଡ଼ାଇ ଛିଡ଼ା କରାଇଲା ପୋଲିସ, ପରେ ନିର୍ଦ୍ଦୋଷ ଯୁବକଙ୍କୁ ଛାଡ଼ିଦେଲା