ଢେଙ୍କାନାଳ: ଜମି ପଟ୍ଟା ମ୍ୟୁଟେସନ ପାଇଁ ଏକ ହଜାର ଟଙ୍କା ଲାଞ୍ଚ ନେଇଥିବା ମାମଲାରେ ହିନ୍ଦୋଳ ତହସିଲର ପଞ୍ଚୁପଡା ଆରଆଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ କାରାଦଣ୍ଡ ଓ ୩ହଜାର ଟଙ୍କା ଆର୍ଥିକ ଜୋରିମାନା ଦାଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲଦଣ୍ଡ ପାଇଥିବା ଆରଆଇ ବା ରାଜସ୍ୱ ନିରୀକ୍ଷକ ମାଳତୀ ଦେହୁରୀ ବୋଲି ଜଣାପଡିଛି।

ମାଳତୀ ଏବେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଅନ୍ତର୍ଗତ ପଞ୍ଚୁପଡ଼ା ରାଜସ୍ୱ ସର୍କଲର ଆରଆଇ ଭାବେ କାର୍ଯ୍ୟ କରୁଥିଲେ। ପରଜଙ୍ଗ ତହସିଲ ଅନ୍ତର୍ଗତ କନ୍ଦର ସିଂହା ଆରଆଇ ଥିବା ବେଳେ ଏହି ଲାଞ୍ଚ ନେଇଥିଲେ। ଜମି ପଟ୍ଟା ପାଇଁ ମ୍ୟୁଟେସନ କେସରେ ବିଜୟ ବିଶ୍ୱାଳଙ୍କ ଠାରୁ ଏକ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଢେଙ୍କାନାଳ ଭିଜିଲାନ୍ସ ତାଙ୍କୁ ଗତ ୨୦୧୧ ଡିସେମ୍ବର ୨୧ରେ ଲାଞ୍ଚ ଟଙ୍କା ସହିତ କାବୁ କରିଥିଲା। ମାଲତୀଙ୍କୁ ଗିରଫ କରି ଭିଜିଲାନ୍ସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିଲା । ପରେ ଜାମିନ ଆସି ମାଳତୀ ପୁନଃ ନିଯୁକ୍ତି ହୋଇ ଏବେ ପଞ୍ଚୁପଡ଼ା ଆରଆଇ ଭାବେ କାର୍ଯ୍ୟରତ ଥିଲେ ବୋଲି ଜଣାପଡିଛି।

Also Read: ରତ୍ନବେଦୀରେ ମହାପ୍ରଭୁ, ଚଳଚଞ୍ଚଳ ଶ୍ରୀମନ୍ଦିର; ବାହାରିଲା ନୀଳାଚଳ ଅବଢା