ଭୁବନେଶ୍ୱର ୭।୧୧: କାଳୀପୂଜା ଓ ଦୀପାବଳି ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା । ଟ୍ରାଫିକ୍, ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିଚାଳନା ଉପରେ ରହିଛି ସ୍ୱତନ୍ତ୍ର ନଜର । ଚୋରି ଓ ଅସାମାଜିକ କାର୍ଯ୍ୟ ରୋକିବାକୁ ପୋଲିସ ସଜାଗ ରହିବ ବୋଲି ପୋଲିସ କମିଶନର ଡ. ସୁରେଶ ଦେବଦତ୍ତ ସିଂ କହିଛନ୍ତି ।

କେବଳ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ ବିକ୍ରି କରିପାରିବେ ବାଣ । ବାଣ ଗଚ୍ଛିତ ରଖିବାରେ ସୁରକ୍ଷା ନିୟମ ପାଳନ ବାଧ୍ୟତାମୂଳକ । ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଉପରେ କଟକଣା । ଛୋଟ ପିଲାଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ଅଭିଭାବକଙ୍କୁ ଅପିଲ୍ କରିଛନ୍ତି ପୋଲିସ କମିଶନର ।

Also Read:- ପଞ୍ଚାୟତ ନିର୍ବାଚନ ପାଇଁ ଭତ୍ତା ରାଜନୀତି : ସରକାରଙ୍କୁ ଘେରିଲେ ବିଜେଡି-କଂଗ୍ରେସ

ବୟସ୍କ, ଶିଶୁ ଓ ହସ୍ପିଟାଲର ରୋଗୀଙ୍କୁ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସିପି । ଜନଜୀବନ ପ୍ରତି ବିପଦ ସୃଷ୍ଟିକାରୀ କାର୍ଯ୍ୟ ପ୍ରତି ପୋଲିସର ଶୂନ୍ୟ ସହନଶୀଳତା । ସୁରକ୍ଷିତ ଦୀପାବଳି ପାଇଁ ନାଗରିକଙ୍କ ସହଯୋଗ ଲୋଡ଼ିଲେ ପୋଲିସ କମିଶନର ।