ନୂଆଦିଲ୍ଲୀ,|୧: ଗଣତନ୍ତ୍ର ଦିବସ ପାଇଁ ଚଳଚଞ୍ଚଳ କର୍ତ୍ତବ୍ୟପଥ । ବିଭିନ୍ନ ରାଜ୍ୟ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରଜ୍ଞାପନ ମେଢ ଏଠାରେ ସ୍ଥାନ ପାଇବ । ପ୍ରାୟ୩୦ଟି ପ୍ରଜ୍ଞାପନ ମେଢ ଭାରତର ଶୌର୍ଯ୍ୟ ଏବଂ ସାହାସକୁ ପ୍ରଦର୍ଶନ କରିବ । ତେବେ ସବୁଠୁ ଖାସ କଥା ହେଲା ଯେ ଭାରତୀୟ ସ୍ଥଳ ସେନା, ବାୟୁ ସେନା ଏବଂ ନୌସେନା ଏଠାରେ ନିଜର ଦମ୍ ଦେଖାଇବେ । ଏହାସହ ଅପେରେସନ ସିନ୍ଦୂରର ପ୍ରଜ୍ଞାପନ ମେଢ ମଧ୍ୟ ଏଠାରେ ସ୍ଥାନ ପାଇବ । କିପରି ଭାରତ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ଧ୍ୱଂସ କରିଥିଲା ତାହା ମଧ୍ୟ ସାରା ବିଶ୍ୱ ଦେଖିବ ।

ଏହା ବ୍ୟତୀତ ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଅନେକ ଅସ୍ତ୍ରଶସ୍ତ୍ରକୁ ଏଠାରେ ପ୍ରଦର୍ଶନ କରାଯିବ । ଡିଆରଡିଓ ଏବଂ ଗୃହମନ୍ତ୍ରାଳୟର ବିଏନଏସ ଉପରେ ଆଧାରିତ ମେଢ ମଧ୍ୟ ଏଠାରେ ଶୋଭା ବଢାଇବ । ଯେଉଁଥିରେ୧୮୫୭ର ସ୍ୱାଧିନତା ସଂଗ୍ରାମରୁ୧୯୪୭ରେ ସ୍ୱାଧିନତା ଦିବସରେ ପତାକା ଉତ୍ତୋଳନ ମଧ୍ୟ ସ୍ଥାନ ପାଇବ ।

କ୍ରେଜରେ ଅପରେସନ ସିନ୍ଦୂର

ଏଥର ମେଢରେ ସମସ୍ତଙ୍କ ନଜରରେ ରହିଛି ଅପରେସନ ସିନ୍ଦୂର । ପହଲଗାମର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେଇଥିଲା । ପାକିସ୍ତାନର ଛତ୍ରଛାୟାରେ ବଢୁଥିବା ଆତଙ୍କବାଦୀଙ୍କ ଶିବିରକୁ ଟାର୍ଗେଟ୍ କରିଥିଲା ଭାରତୀୟ ବ୍ରହ୍ମୋସ । ଅନେକ କ୍ୟାମ୍ପ ଧ୍ୱଂସ ହୋଇଥିଲା । ବଡ ବଡ ହାର୍ଡକୋର୍ ଆତଙ୍କବାଦୀମଧ୍ୟ ଏଥିରେ ପ୍ରାଣ ହରାଇଥିଲେ । ଯାହାକୁ ପରେଡ୍ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯିବ ।

ଭାରତୀୟ ନ୍ୟାୟ ସଂହିତା

୨୦୨୪ଜୁଲାଇତାରିଖରେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହୋଇଥିଲା । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରାଯାଇଛି । ଏହି ଆଇନ ଦଣ୍ଡ ଦେବା ସହ ନ୍ୟାୟ ମଧ୍ୟ ପ୍ରଦାନ କରିବ । ତାହା ଏହି ପ୍ରଜ୍ଞାପନ ମେଢର ମୁଖ୍ୟ ଲକ୍ଷ୍ୟ ରହିବ ।

ଚଳିତ ବର୍ଷ ୩୦ଟି ମେଢ

୩୦ଟି ପ୍ରଜ୍ଞାପନ ମେଢ ମଧ୍ୟରୁ ୧୭ଟି ବିଭିନ୍ନ ରାଜ୍ୟ ପଠାଇଛନ୍ତି । ଏହାସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ୧୩ଟି ମେଢ ରହିଛି । ଏସବୁରେ ହିମାଚଳ ପ୍ରଦେଶର ବୀର ସହିଦ, ଛଡିଗଡର ଆଦିବାସୀଙ୍କ ଇଂରେଜ ବିରୋଧୀ ଲଢେଇ ରହିଛି ।