ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ୧୫ ବୁଥରେ ହେବ ସାନି ମତଦାନ। ନିର୍ବାଚନ ଆୟୋଗ ଶୁକ୍ରବାର ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ସିଟ୍ର ୧୫ ବୁଥରେ ପୁନଃ ଭୋଟିଂ ପାଇଁ ଆଦେଶ ଦେଇଛନ୍ତି। ଏହି ସାନି ମତଦାନ ଶନିବାର ସକାଳ ୭ଟାରୁ ଆରମ୍ଭ ହେବ। ସାନି ମତଦାନ ହେବାକୁ ଥିବା ବୁଥ ଗୁଡ଼ିକରେ ମତଦାନରେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା। ଏମିତିରେ ସ୍ବତନ୍ତ୍ର ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସୁପାରିଶ ପରେ ନିର୍ବାଚନ ଆୟୋଗ ଏହି ଆଦେଶ ଦେଇଛନ୍ତି।

ନିର୍ବାଚନ କମିଶନଙ୍କ ଆଦେଶ ଅନୁସାରେ, ଡାଇମଣ୍ଡ ହାର୍ବରର ୪ ବୁଥ ୧୧୭, ୧୭୯, ୧୯୪, ୨୪୩ରେ ଏବଂ ମଗରାହାଟ ଓ୍ବେଷ୍ଟରେ ବୁଥ ନମ୍ବର ୪୬, ୧୨୬, ୧୨୭, ୧୨୮, ୧୪୨, ୨୧୪, ୨୧୫, ୨୧୬, ୨୩୧ ଏବଂ ୨୩୨ରେ ଶନିବାର ସାନି ଭୋଟିଂ ହେବ।

ରିପୋର୍ଟ ଆଧାରରେ ନିଷ୍ପତ୍ତି

ସୂଚନାଥାଉକି, ନିର୍ବାଚନ ଆୟୋଗଙ୍କୁ ଦକ୍ଷିଣ ୨୪ ପରଗଣା ଜିଲ୍ଲାର ୪ ବିଧାନସଭା କ୍ଷେତ୍ରର ୭୭ ବୁଥରେ ପୁନଃ ଭୋଟିଂ ଦାବି କରାଯାଇଥିଲା। ତେଣୁ ରିଟର୍ଣ୍ଣିଂ ଅଫିସର ଏବଂ ଅବଜରଭରଙ୍କ ରିପୋର୍ଟ ପରେ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ବର୍ତ୍ତମାନ ୧୫ ବୁଥ ପାଇଁ ପୁନଃ ଭୋଟିଂ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ଅନ୍ୟ ୬୨ ବୁଥରେ ମଧ୍ୟ ଏହିଦିନ ଭୋଟିଂ ହେବ କି’ ନାହିଁ ତାହା ଜଣାପଡ଼ିନାହିଁ।

Also Read: ପଶ୍ଚିମବଙ୍ଗରେ ଟିଏମସିକୁ ବଡ଼ ଝଟକା, ବିଜେପିକୁ ବହୁମତ !

ସନ୍ଧ୍ୟା ୬ଟା ଯାଏ ଭୋଟିଂ

ନିର୍ବାଚନ ଆୟୋଗ ତରଫରୁ ଜାରି ବିବୃତ୍ତିରେ କୁହଯାଇଛି ଯେ, ନିର୍ବାଚନ ଆୟୋଗ ଦକ୍ଷିଣ ୨୪ ପରଗଣାରେ ମଗରାହାଟ ପଶ୍ଚିମ ବିଧାନସଭା କ୍ଷେତ୍ରର ୧୧ ପୋଲିଂ ଷ୍ଟେସନ ଏବଂ ଡାଇମଣ୍ଡ ହାର୍ବର ବିଧାନସଭା କ୍ଷେତ୍ରର ୧୧ ପୋଲିଂ ଷ୍ଟେସନ ଏବଂ ଡାଇମଣ୍ଡ ହାର୍ବର ବିଧାନସଭା କ୍ଷେତ୍ରର ୪ ପୋଲିଂ ଷ୍ଟେସନରେ ପୁନଃ ଭୋଟିଂ ଆଦେଶ ଦେଇଛନ୍ତି। କମିଶନଙ୍କ ଆଦେଶ ଅନୁସାରେ ମେ ୨ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟିଂ ହେବ।