ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦ୍ଵିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହା ପରେ ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍ ଅର୍ଥାତ ଭୋଟ୍ ବାହୁଡ଼ା ମତ। ଅନେକ ଏକଜିଟ୍ ପୋଲରୁ କେବଳ ଏତିକି ସ୍ପଷ୍ଟ ଯେ, ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ସଂଘର୍ଷ ହେଉଛି।  ଲଗାତାର ତୃତୀୟ ଥର ଜିତି ମୁଖ୍ୟମନ୍ତ୍ରୀ ରହିଥିବା ମମତା ବାନାର୍ଜୀଙ୍କ ହାତରୁ କ୍ଷମତା ଖସୁଥିବା କିଛି ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ପ୍ରଥମ ଥର ବିଜେପି ସରକାର ଗଢୁଥିବା ଆକଳନ କରାଯାଇଛି। ମୋଟାମୋଟି ଭାବେ ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ପ୍ରଥମ ଥର ସରକାର ଗଢୁଥିବା ପୂର୍ବାନୁମାନ କରାଯାଇଛି। ତେବେ ମେ ୪ରେ ହିଁ ଫଳାଫଳରେ ସ୍ପଷ୍ଟ ହେବ, ପଶ୍ଚିମବଙ୍ଗରେ କିଏ ଗଢିବ ସରକାର। ଉଲ୍ଲେଖନୀୟ ଏଥର ନିର୍ବାଚନରେ ରେକର୍ଡ ମତଦାନ ହୋଇଛି

ପିପୁଲ୍ସ ପଲ୍ସ

ପିପୁଲ୍ସ ପଲ୍ସର ଏକଜିଟ୍ ପୋଲ୍ ଅନୁସାରେ, ୨୯୪ ସିଟରୁ ଟିଏମସି ୧୭୭ରୁ ୧୮୭ ସିଟ୍ ଜିତି ବହୁମତ ହାସଲ କରୁଛି। ସେହିପରି ବିଜେପି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରି ୯୫ରୁ ୧୧୦ ସିଟ୍ ଜିତୁଥିବା ପିପୁଲ୍ସ ପଲ୍ସ ଆକଳନ କରିଛି। କଂଗ୍ରେସ ଖାତାକୁ ୧ରୁ ୩ ଆସନ ଯାଇପାରେ। ସ୍ଵାଧୀନ ପ୍ରାର୍ଥୀ ୧ରୁ ୨ ସିଟ୍ ଜିତିପାରେ।

ଟିଏମସି- ୧୭୭ରୁ ୧୮୭ ସିଟ୍

ବିଜେପି- ୯୫ରୁ ୧୧୦ ସିଟ୍

କଂଗ୍ରେସ- ୧ରୁ ୩ ସିଟ୍

ପି ମାର୍କ

ପି ମାର୍କ ଏକଜିଟ୍ ପୋଲ୍ ଅନୁସାରେ, ବିଜେପି ପ୍ରଥମ ଥର ପଶ୍ଚିମବଙ୍ଗ ଗଢ ଦଖଲ କରିପାରେ। ଦଳ ୧୫୦ରୁ ୧୭୫ ଆସନ ଜିତିପାରେ। ଅନ୍ୟପଟେ ଚତୁର୍ଥ ଥର କ୍ଷମତାକୁ ଆସିବା ପାଇଁ ଅଣ୍ଟା ଭିଡ଼ିଥିବା ଟିଏମସି ଖାତାକୁ ୧୧୮ରୁ ୧୩୮ ଆସନ ଯାଇପାରେ। କଂଗ୍ରେସ ଖାତା ମଧ୍ୟ ଖୋଲି ପାରୁ ନ ଥିବା ଏହ ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି।

ଟିଏମସି- ୧୧୮ରୁ ୧୩୮ ସିଟ୍

ବିଜେପି- ୧୫୦ରୁ ୧୭୫ ସିଟ୍

କଂଗ୍ରେସ- ୦ ସିଟ୍

ଲେଫ୍ଟ- ୦ ସିଟ୍

ଚାଣକ୍ୟ ଷ୍ଟ୍ରାଟେଜିକ

ଚାଣକ୍ୟ ଷ୍ଟ୍ରାଟେଜିକର ଏକଜିଟ୍ ପୋଲ୍ ଅନୁସାରେ, ମମତା ବାନାର୍ଜୀଙ୍କ ଟିଏମସିକୁ ଏଥର ନିର୍ବାଚନରେ ବମ ଝଟକା ଲାଗିବା ସହ କ୍ଷମତା ହାତରୁ ଚାଲି ଯାଇପାରେ। ଟିଏମସିକୁ ୧୩୦ରୁ ୧୪୦ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ। ଅନ୍ୟପଟେ ବିଜେପି ୧୫୦ରୁ ୧୬୦ ସିଟ୍ ଜିତି ପ୍ରଥମ ଥର ପଶ୍ଚିମବଙ୍ଗରେ ସରକାର ଗଢୁଥିବା ଆକଳନ କରାଯାଇଛି। ଅନ୍ୟ ଖାତାକୁ ୬ରୁ ୧୦ ସିଟ୍ ଜିତିପାରେ। କଂଗ୍ରେସ ଓ ଲେଫ୍ଟ ଖାତା ବି ଖୋଲି ପାରୁ ନାହାନ୍ତି।

ଟିଏମସି – ୧୩୦ରୁ ୧୪୦ ସିଟ୍ଟ

ବିଜେପି- ୧୫୦ରୁ ୧୬୦ ସିଟ୍ଟ

କଂଗ୍ରେସ- ୦ ସିଟ୍

ଲେଫ୍ଟ- ୦ ସିଟ୍

ଅନ୍ୟ- ୬ରୁ ୦ ସିଟ୍

ପୋଲ୍ ଅଫ ଏଜଜିଟ୍ ପୋଲ୍ସ

ପୋଲ୍ ଅଫ ଏଜଜିଟ୍ ପୋଲ୍ସ ଅନୁସାରେ, ଟିଏମସି ଓ ବିଜେପି ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ।କାରଣ କାହାକୁ ବହୁମତ ମିଳୁ ନ ଥିବା ଏଥିରେ ଭବିଷ୍ୟତବାଣୀ କରାଯାଇଛି। ଟିଏମସି ୧୪୪ ସିଟ୍ ଜିତୁଥିବା ବେଳେ ବିଜେପି ଖାତାକୁ ୧୪୩ ସିଟ୍ ଯାଉଥିବା ପୂର୍ବାନୁମାନ କରାଯାଇଛି।  କଂଗ୍ରେସ ମାତ୍ର ୨ଟି ଏବଂ ଅନ୍ୟ ୫ ସିଟ୍ ଜିତିପାରେ ବୋଲି ଆକଳନ କରାଯାଇଛି।

ଟିଏମସି- ୧୪୪

ବିଜେପି- ୧୪୩

କଂଗ୍ରେସ- ୨

ଅନ୍ୟ- ୫

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ଟିଏମସି ୨୦୧୧, ୨୦୧୬ ଓ ୨୦୨୧ରେ ଲଗାତାର  ତୃତୀୟ ଥର ନିର୍ବାଚନ ଜିତିଥିଲା। ହେଲେ ଏଥର ଦଳ କ୍ଷମତାଚ୍ୟୁତ ହେବାର ଆଶଙ୍କା ରହିଛି। ୨୯୪ ସିଟ୍ ବିଶିଷ୍ଟ  ପଶ୍ଚିମବଙ୍ଗ ବିଧାନସଭାର ମ୍ୟାଜିକ ନମ୍ବର ହେଉଛି ୧୪୮।  ଗତ ନିର୍ବାଚନରେ ପ୍ରଥମ ଥର ଟିଏମସିକୁ ଟକ୍କର ଦେଇଥିଲା ବିଜେପି। ତଥାପି ଟିଏମସି ୨୧୫ ସିଟ୍ ଜିତି ପ୍ରଚଣ୍ଡ ବହୁମତ ସହ ସରକାର ଗଢିଥିଲା। ଆଉ ବିଜେପି ଯିଏ ୨୦୧୬ରେ ୩ ସିଟ୍ ଜିତିଥିଲା ତାହା ୨୦୨୧ରେ ୭୭ ସିଟ୍ ଜିତିଥିଲା। ହେଲେ ଏଥର ଫଳାଫଳ ଭିନ୍ନ ରହିପାରେ ବୋଲି ଏକଜିଟ୍ ପୋଲରେ ଆକଳନ କରାଯାଇଛି।