ଭୁବନେଶ୍ବର ୩୦।୯: ସାବଧାନ ଗାଡ଼ି ଚାଳକ ! ସହର ଭିତରେ ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି କି ? ଗଣିବାକୁ ପଡ଼ିବ ମୋଟା ଫାଇନ୍ । ଲଗାତାର ନିୟମ ଉଲଙ୍ଘନ କଲେ ପରମିଟ୍ କ୍ୟାନସେଲ୍ ହେବ । ଲାଇସେନ୍ସ ବାତିଲ୍ ହେବା ସହ ଗାଡ଼ିର ରେଜିଷ୍ଟ୍ରେସନ୍ ମଧ୍ୟ ବାତିଲ୍ ହେବ ।

ଗତ ୨୪ ଘଣ୍ଟାରେ ରାଜଧାନୀରେ ଦୁଇ ଦୁଇଟି ଦୁର୍ଘଟଣା ପରେ RTOର ବଡ଼ ଆକ୍ସନ । ନାଲକୋ ଛକରେ ହିଟ୍ ଆଣ୍ଡ ରନ୍ ଏବଂ ସୈନିକ ସ୍କୁଲ ନିକଟରେ ହାଇୱା ଦୁର୍ଘଟଣାର ରିପୋର୍ଟ ମିଳିବା ପରେ ଆରମ୍ଭ ହୋଇଛି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ । ହାଇୱାର ଫିଟନେସ୍ ରବ୍ଦ ହୋଇଛି । ତେବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ନିୟମ ଅନୁଯାୟୀ ବାତିଲ୍ କରାଯିବ । ନାଲକୋ ଛକ ହିଟ୍ ଆଣ୍ଡ ରନ୍ ମାମଲାରେ ତଦନ୍ତ ଚାଲିଛି, ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି RTO-୨ ସୂଚନା ଦେଇଛନ୍ତି ।

Also Read:- ରାଜଧାନୀରୁ ବିଦା ହେବେ ଚେନ୍ ଲୁଟେରା, ୨୦୨୪ରୁ ୨୦୨୬ ମଧ୍ୟରେ ଚିନ୍ତାଜନକ ଚିତ୍ର

ରାଜ୍ୟରେ ଗାଡ଼ି ସଂଖ୍ୟା ସହ ରାଜସ୍ବ ବଢ଼ୁଛି । କିନ୍ତୁ ସେହି ଅନୁପାତରେ ପରିବହନ ବିଭାଗର ଷ୍ଟାଫ୍ ବଢ଼ୁନାହିଁ । ଏପଟେ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ଅମାନିଆ ଚାଳକଙ୍କ ବିରୋଧରେ କେବଳ ଚାଲାଣ ନୁହେଁ, ନିୟମ ଅନୁଯାୟୀ ଡିଏଲ୍ ସସପେଣ୍ଡ କିମ୍ବା ରଦ୍ଦ ଭଳି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।